Latest Odisha News

କାହିଁକି ଭୁବନେଶ୍ବରରେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ପୋଲିସ୍ ମୁଖିଆ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲୋକସେବା ଭବନରେ ଏବେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ପୋଲିସ୍ ମୁଖିଆ । ମନ୍ତ୍ରଣା ଦେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୫୯ ତମ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀର ଉଦଘାଟନ କରିବା ପରେ ସବୁ ରାଜ୍ୟର ପୋଲିସ୍ ମୁଖିଆଙ୍କ ସହ ଆଲୋଚନା କରୁଛନ୍ତି ଶାହ । ଏଥିରେ ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।

କାହିଁକି ଏହି ଡିଜିପି-ଆଇଜିପି ସମ୍ମିଳନୀ?

ତେବେ ଦେଶରେ ବଢୁଥିବା ଅପରାଧ ଉପରେ ନିୟନ୍ତ୍ରଣ ପାଇଁ ପ୍ରଥମ ଥର ପାଇଁ ଆମ ରାଜ୍ୟ ଏଭଳି କିଛି ସମ୍ମିଳନୀ ଆୟୋଜନ କରିଛି । ଏଥିପାଇଁ କଡା ସୁରକ୍ଷା ବଳୟରେ ରହିଛନ୍ତି ସବୁ ରାଜ୍ୟର ସୁରକ୍ଷାବାହିନୀ ମୁଖିଆ । ୩ ଦିନି ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ମାନସ ମନ୍ଥନ ହେବା ସହ ଅତ୍ୟାଧୁନିକ କୌଶଳ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ରୋକିବା ନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।

ଏଥିସହିତ ଆତଙ୍କବାଦ, ମାଓବାଦ, ସାଇବର କ୍ରାଇମ୍ ସୁରକ୍ଷା, ନିଶା କାରବାର ରୋକିବା, ବେଆଇନ ଅନୁପ୍ରବେଶ ଏବଂ ଶରଣାର୍ଥୀ, ମହିଳା ଅପରାଧ ନିୟନ୍ତ୍ରଣ, ଊପକୂଳ ସୁରକ୍ଷା, ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା, ନୂଆ ଅପରାଧ ଆଇନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତା, ଜେଲ ସଂସ୍କାର, ପୋଲିସ ଆଧୁନିକୀକରଣ, ଅପରାଧ ନିୟନ୍ତ୍ରଣରେ ଟେକ୍ନୋଲୋଜିର ବ୍ୟବହାର ଭଳି ପ୍ରମୁଖ ବିଷୟରେ ଆଲୋଚନା କରାଯିବ ।

ତେବେ ଆଜି ସମ୍ମିଳନୀର ପ୍ରଥମ ଦିନରେ ସବୁ ରାଜ୍ୟର ଆଇଜି ଏବଂ ଡିଜିଙ୍କ ସହି ଗୃହମନ୍ତ୍ରୀ ଅମିତ୍ ଶାହ ଆଲୋଚନା କରୁଥିବା ବେଳେ, ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।

Leave A Reply

Your email address will not be published.