Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଉଦବୋଧନ ବେଳେ, ମଞ୍ଚରେ କାହିଁକି କାନ୍ଦିଲେ ଜୟ ଢୋଲକିଆ?

ନୂଆପଡା: ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସମୟରେ କଇଁ କଇଁ ହୋଇ କାନ୍ଦିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ ଚାଲିଆସିଥିଲା । କିଛି ସମୟ ପାଇଁ ଏହି ଦୃଶ୍ୟ ଏକପ୍ରକାର ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା ।

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟ ନେତାମାନେ ସାମିଲ ହୋଇଥିଲେ ।

ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ବ୍ଲକର ପଞ୍ଚମପୁର ଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିଛନ୍ତି । ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ । ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି ।

Comments are closed.