Latest Odisha News

BREAKING NEWS

କାହିଁକି ମୁଖ୍ୟମନ୍ତ୍ରୀ ହେଲେନି ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ସବୁଠୁ ଅଧିକ ବିଧାୟକ ଥିବାବେଳେ ଦେବେନ୍ଦ୍ର ଫଡନାଭିସ କାହିଁକି ମୁଖ୍ୟମନ୍ତ୍ରୀ ହେଲେନି? ଏହି ଚର୍ଚା ଏବେ ସବୁଠି । ସବୁ ସଂଭାବନା ଥିବା ବେଳେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି ।  ତେବେ ଉତ୍ତର ଖୋଜିବାକୁ ଗଲେ ଆମକୁ ଗତ ଦୁଇବର୍ଷର ରାଜନୈତିକ ଘଟଣାବଳୀ ଦେଖିବାକୁ ପଡିବ ।

ଅପବାଦ ମୁଣ୍ଡାଇବାକୁ ଚାହୁଁନି ବିଜେପି

ରାଜନୈତିକ ଘଟଣାବଳିକୁ  ଦେଖିଲେ ଏହା କୁହାଯାଇପାରେ ଯେ ଅପବାଦ ମୁଣ୍ଡାଇବାକୁ ବିଜେପି ଇଚ୍ଛା ନକରି ମୁଖ୍ୟମନ୍ତ୍ରୀ ପଦ ଏକନାଥଙ୍କୁ ଦେଇଛି ବିଜେପି । କୁହାଯାଉଛି ସରକାର ଭାଙ୍ଗିବାର ଅପବାଦ ବିଜେପି ଉପରେ ରଖୁଥିଲେ ଉଦ୍ଧବ ଠାକରେ ଏବଂ ତାଙ୍କ ଶିବସେନା । ତେବେ ରାଜ୍ୟରେ ଆଉ ଦୁଇ ବର୍ଷ ନିର୍ବାଚନ ଥିବାରୁ ବିଜେପି ସାଧାରଣ ଲୋକଙ୍କ ହୃଦୟ ଜିତିବାକୁ ଚାହୁଁଛି  । ଏହା ସହ ଆଗାମୀ ଦିନରେ ସରକାର ଗଠନ କରିବାକୁ ବି ଚାହୁଁଛି ବିଜେପି ।

 

ବିଜେପିକୁ ଦୋଷ ଦେବେନି ଶିବ ସୈନିକ

ଉଦ୍ଧବ ଯେପରି ଇମୋସନାଲ ହୋଇ ବିଜେପିକୁ ଗତ କିଛି ଦିନ ଧରି ଦୋଷ ଦେଉଥିଲେ ତାହାକୁ ସାଧାରଣ ଲାେକେ ଗ୍ରହଣ ନକରିବା ପାଇଁ ବିଜେପିର ବରିଷ୍ଠ ନେତୃତ୍ବ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରେ ବିଜେପିକୁ କେହି ଦୋଷ ଦେଇପାରିବେ ନାହିଁ । କାରଣ ଫଡନାଭିସ ଉଦ୍ଧବଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା କଥା ସଂଜୟ ରାଉତ ଏବଂ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଆଦି ଅନେକ  ଶିବସେନା ନେତା  ଲୋକଙ୍କୁ ଜଣାଇବାକୁ କିଛିଦିନ ହେଲା ଲାଗିପଡିଥିଲେ ।

ବିଜେପି ଗ୍ରହଣ କଲା ପ୍ଲାନ୍ ବି

ଏସବୁ ଦେଖି ପ୍ଲାନ ବି ଆପଣାଇଛି ବିଜେପି । ବିଜେପିର ପ୍ଲାନ ଏ ବିଷୟରେ ଚାରିଆଡେ ଚର୍ଚା ହେଉଥିବା ବେଳେ ପ୍ଲାନ ବି ବିଷୟରେ ନିଜେ ଫଡନାଭିସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେ ଘୋଷଣା କରିଥିଲେ ବାଲସାହେବ ଠାକରେ ଙ୍କ ଜଣେ ଶିବ ସେନା ହିଁ ହେବ ମୁଖ୍ୟମନ୍ତ୍ରୀ । ବିଜେପିର ଏହି ନିଷ୍ପତ୍ତି କେବଳ ମହାରାଷ୍ଟ୍ର ଜନତାଙ୍କୁ ପସନ୍ଦ ଆସିନି ଶିବ ସୈନିକମାନେ ମଧ୍ୟ ବିଜେପି ର ଗୁଣଗାନ କରିବା ଆରମ୍ଭ କରିଦେଇଛନ୍ତି । ଏପରିକି ଫଡନାଭିସଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣା ବୋଲି ମୋଦି କହିଛନ୍ତି ।

ତେବେ ଦୁଇବର୍ଷ ହେଲା ଯେପରି ଶିବସେନା ବାଲ ଠାକରେଙ୍କ ଆଦର୍ଶରୁ ହଟି ତୁଷ୍ଟିକରଣ କରିବାରେ ଲାଗିଥିଲା ତାହାକୁ ମଧ୍ୟ ଜନତାଙ୍କ ସାମନାକୁ ଆଣିଛି ବିଜେପି । ସେ ହନୁମାନ ଚାଳିଶା ପ୍ରସଙ୍ଗ ହେଉ କି? କଙ୍ଗନା ପ୍ରସଙ୍ଗ, ସୁଶାନ୍ତି ସିଂହ ପ୍ରସଙ୍ଗ ହେଉ କି  ଆଇନକାନୁନ ପ୍ରସଙ୍ଗ ସବୁ ମାମଲାରେ ଯେପରି ହିନ୍ଦୁଙ୍କୁ ଉଦ୍ଧବ ସରକାର ନିର୍ଯାତନା ଦେଉଥିଲା ତାହା ମଧ୍ୟ ଲୋକେ ଅନୁଭବ କରନ୍ତୁ ଏହା ଚାହୁଁଛି ବିଜେପି ।

ଏହାଦ୍ବାରା ଉଦ୍ଧବଙ୍କ ଶିବସେନା ଯେ ହିନ୍ଦ୍ବତ୍ବରୁ ହଟିଯାଇଛି ଆଉ ସେଥିପାଇଁ ତାଙ୍କର ବିଧାୟକମାନେ ବିରୋଧ କରିଛନ୍ତି ତାହା ହିଁ ଲୋକେ ଗ୍ରହଣ କରିବେ । ଏହାଦ୍ବାରା ହିନ୍ଦୁତ୍ବ ଭୋଟ ଉଦ୍ଧବଙ୍କ ଶିବସେନାକୁ ନଯାଇ ବିଜେପି ବା ସିନ୍ଦେ ଗୋଷ୍ଠୀଙ୍କ ନିକଟକୁ ଆସିବ ବୋଲି ବିଜେପି ଭାବୁଛି । ଏହାର ମାନେ ହେଉଛି ବାଲସାହେବ ଠାକରେ ଙ୍କ ହିନ୍ଦୁତ୍ବଠାରୁ ଉଦ୍ଧବ ହଟିଯାଇଥିବା ପ୍ରମାଣ କରିବାକୁ ଏଭଳି ନିଷ୍ପତ୍ତି ନେଇଛି ବିଜେପି

କଣ ଲାଭ ହେବ ନା କ୍ଷତି

ଏହା ଦ୍ବାରା ବିଜେପିକୁ ଅନେକ ଲାଭ ହେବ ନିର୍ବାଚନରେ । ଏପରିକି ଆଗକୁ ଆସୁଥିବା ବିଏମସି ନିର୍ବାଚନରେ ମଧ୍ୟ ଏହାର ଫଳ ଦେଖିବାକୁ ମିଳିବ । ବିଜେପି ବିଏମସି ଦଖଲ କରିବା ପାଇଁ ଏପରି ରଣନୀତି କରିଥିବା କୁହାଯାଉଛି । ଏପରିକି ଗତ କିଛି ଦିନ ଭିତରେ ଉଦ୍ଧବଙ୍କ ଶିବସେନା ଉପରୁ ମଧ୍ୟ ଲୋକଙ୍କ ଆସ୍ଥା ତୁଟିଥିବା ପରିଲିଖିତ ହେଉଛି । ସାଧାରଣତ ଶିବସେନା କଂଗ୍ରେସ ଏବଂ ଏନସିପି ନେତାଙ୍କ ଅଣ୍ଟରରେ ରହି କାର୍ଯ୍ୟ କରିବାକୁ ଚାହୁଁନାହାଁନ୍ତି । ତେଣୁ ବିଜେପି ସବୁ ହିନ୍ଦୁ ଭୋଟକୁ ଏକ କରି ତାକୁ ଭାଗ ନହେବା ପାଇଁ ଏପରି ନିଷ୍ପତ୍ତି ନେଇଛି ।

ଶରଦ ପାଓ୍ବାରଙ୍କୁ ଧକ୍କା

ଫଡନାଭିସଙ୍କ ଏହି ନିଷ୍ପତ୍ତି ତାଙ୍କୁ ମହାରାଷ୍ଟ୍ରରେ ବରିଷ୍ଠ ନେତା ଶରଦ ପାଓ୍ବାରଙ୍କ ଇମେଜଠୁ ଆହୁରି ଅଧିକ ପ୍ରବୀଣ ରାଜନୈତିକ ନେତା ଭାବେ ଠିଆ କରାଇଛି । ସାଧାରଣ ଲୋକଙ୍କର ଭାବନା ଏବେ ଫଡନାଭିସଙ୍କ ପାଇଁ ଅଧିକା ରହିଛି । ବିଶେଷ କରି ଗ୍ରାସ ରୁଟରେ କାର୍ଯ୍ୟ କରୁଥିବା ଶିବସେନା ସିନ୍ଦେଙ୍କ ନେତୃତ୍ବକୁ ସମ୍ମାନ ଦେବା ସହ ବିଜେପି ପ୍ରତି ଅନୁଗତ ରହିପାରିବ ବୋଲି ବିଜେପିର ବରିଷ୍ଠ ନେତାମାନେ ଏହି ଦୂରଦୃଷ୍ଟିସଂପନ୍ନ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.