Latest Odisha News

BREAKING NEWS

ଜାଣନ୍ତୁ ଏହି ରହସ୍ୟ: ବର୍ଷା ପରେ କାହିଁକି ଦେଖାଯାଏ ଇନ୍ଦ୍ରଧନୁ

ଭୁବନେଶ୍ୱର: ସାତ ରଙ୍ଗର ସମାହାର ଇନ୍ଦ୍ରଧନୁ । ପ୍ରାୟେ ଆମେ ସମସ୍ତେ ଏହାକୁ ଆକାଶରେ କିଛି ସମୟ ପାଇଁ ଦେଖିଥିବେ। ମୁଖ୍ୟତଃ ବର୍ଷା ଦିନରେ ଏହା ଦେଖିବାକୁ ମିଳିଥାଏ । ଏକାସାଙ୍ଗରେ ସାତଟି ରଙ୍ଗ ଧନୁ ଆକାରର ହୋଇ ନୀଳ ଆକାଶର ଶୋଭା ମଣ୍ଡନ କରିଥାନ୍ତି । ଏହାକୁ ଇନ୍ଦ୍ରଧନନୁ କୁହାଯାଏ। ତେବେ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଆକାଶରେ ଏହି ଇନ୍ଦ୍ରଧନୁ କାହିଁକି ସୃଷ୍ଟି ହୁଏ?

ବାସ୍ତବରେ ଏହା ପଛରେ କ’ଣ କାରଣ ଲୁଚି ରହିଛି ଏକ ବୈଜ୍ଞାନିକ କାରଣ। ଜାଣନ୍ତୁ ବିଷୟରେ…

ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ ସୂର୍ଯ୍ୟକିରଣର ୭ ପ୍ରକାରର ରଙ୍ଗ ରହିଛି। ସଂଖ୍ୟାପରେ ଏହାକୁ ‘ବାଘନିଶହଲାନା’ କୁହାଯାଏ, ଯାହାର ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ଲାଲ୍‌, ନାରଙ୍ଗୀ।

ଏହି ରଙ୍ଗଗୁଡିକ ଏକ ପ୍ରିଜିମ୍‌ ମାଧ୍ୟମରେ ଚିହ୍ନଟ ହୁଏ । ଇନ୍ଦ୍ରଧନୁ ପ୍ରକୃତରେ ପ୍ରକୃତିର ପ୍ରିଜିମ୍‌। ଛୋଟ ଛୋଟ ବୁନ୍ଦା ଜଳ ସ୍ବଚ୍ଛ ପ୍ରିଜିମ୍‌ ଭାବରେ କାର୍ଯ୍ୟ କରେ। ଯେତେବେଳେ ସୂର୍ଯ୍ୟକିରଣ ସେମାନଙ୍କ ଦେଇ ପ୍ରତିଫଳିତ ହୋଇଥାଏ ଏହା ୭ଟି ରଙ୍ଗରେ ଭାଙ୍ଗି ଯାଇଥାଏ। ଏହି କାରଣରୁ ଆମେ ଇନ୍ଦ୍ରଧନୁ ଦେଖିଥାଉ।

Comments are closed.