Latest Odisha News

BREAKING NEWS

ଶନି ଦେବଙ୍କୁ ପସନ୍ଦ କଳା ରଙ୍ଗ ଓ କଳା ବସ୍ତୁ, ଜାଣନ୍ତୁ କାହିଁକି…

ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କଳା କପଡା, କଳା ରାଶି, କଳା ଚଣା, କିମ୍ବା ଲୁହା ଦିଆଯାଇଥାଏ। ଶନି ଦେବ କେବଳ କଳା ଜିନିଷକୁ ପସନ୍ଦ କରନ୍ତି। ତାଙ୍କ ପୂଜାରେ କେବଳ କଳା ଜିନିଷ ବ୍ୟବହାର କରାଯାଏ କିମ୍ବା କେବଳ କଳା ଜିନିଷ ଦାନ କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ।

କିମ୍ବଦନ୍ତୀ ଅନୁଯାୟୀ ସୂର୍ଯ୍ୟ ଭଗବାନ ଦକ୍ଷ ପ୍ରଜାପତୀଙ୍କ ଝିଅ ସନ୍ଧ୍ୟାଙ୍କୁ ବିବାହ କରିଥିଲେ। ତାଙ୍କ ଠାରୁ ମନୁ, ଯମରାଜ ଏବଂ ଯମୁନା ନାମକ ସନ୍ତାନ ପ୍ରାପ୍ତି ହୋଇଥିଲା। କିନ୍ତୁ ଦେବୀ ସନ୍ଧ୍ୟା ସୂର୍ଯ୍ୟ ଭଗବାନଙ୍କ ତେଜ ସହ୍ୟ କରିପାରୁନଥିବା ଯୋଗୁଁ ନିଜ ସ୍ଥାନରେ ପ୍ରତିରୂପ ଛାୟାଙ୍କୁ ରଖିଥିଲେ।

ଦେବୀ ଛାୟା ରୂପ ଏବଂ ଗୁଣରେ ସନ୍ଧ୍ୟାଙ୍କ ଭଳି ହୋଇଥିବା ବେଳେ ସୂର୍ଯ୍ୟ ଭଗବାନ ଜାଣି ପାରିନଥିଲେ। କିନ୍ତୁ ଶନି ଦେବ ଜନ୍ମ ସମୟରେ ବହୁତ କଳା ଏବଂ ପୁଷ୍ଟିହୀନ ଥିଲେ। କୃଷ୍ଣ ବର୍ଣ୍ଣ ହୋଇ ଜନ୍ମ ହୋଇଥିବାରୁ ସୂର୍ଯ୍ୟ ଭଗବାନ ତାଙ୍କୁ ନିଜ ସନ୍ତାନ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲା। ଯାହା ଶନି ଦେବଙ୍କୁ ଖୁବ୍ ମର୍ମାହତ କରିଥିଲା।

ଶନି ଦେବ ଭଗବାନ ସୂର୍ଯ୍ୟଙ୍କ ପୁତ୍ର ହୋଇଥିଲା ବେଳେ ସେ କେବଳ କଳା ଜିନିଷକୁ ଭଲ ପାଆନ୍ତି‌। ଆସନ୍ତୁ ଜାଣିବା, ଶନି ଦେବ କଳା ଜିନିଷ କାହିଁକି ପସନ୍ଦ କରନ୍ତି। କ’ଣ ରହିଛି କିମ୍ବଦନ୍ତୀ…

କିମ୍ବଦନ୍ତୀ ଅନୁଯାୟୀ, ଶନି ଦେବ ତାଙ୍କ ମାତାଙ୍କ ଗର୍ଭରେ ଭଗବାନ ଶିବଙ୍କ ଶକ୍ତି ପାଇଥିଲେ। କ୍ରୋଧରେ ଦେଖିବା ଯୋଗୁଁ ଭଗବାନ ସୂର୍ଯ୍ୟ ନିଜେ ମଧ୍ୟ କଳା ପଡ଼ିଯାଇଥିବା ବେଳେ କୁଷ୍ଠରୋଗ ହୋଇଥିଲା। ଯାହା ପରେ ସୂର୍ଯ୍ୟ ଦେବ ଭଗବାନ ଶିବଙ୍କୁ କ୍ଷମା ମାଗିବା ସହ ତାଙ୍କ ଭୁଲକୁ ମାନିଥିଲେ।
ଶନି ଦେବଙ୍କୁ ସବୁ ଗ୍ରହମାନଙ୍କ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ହେବାକୁ ଆଶୀର୍ବାଦ କରିଥିଲେ। ନିଜ କଳା ରଙ୍ଗ ପାଇଁ ଉପେକ୍ଷିତ ହେବା ଯୋଗୁଁ ଶନି ଦେବଙ୍କ ପାଇଁ କଳା ରଙ୍ଗ ଅତ୍ୟନ୍ତ ପ୍ରିୟ। ପୂଜାରେ କେବଳ କଳା ତେଲ, କଳା ଚଣା ଏବଂ ଲୁହା ଭଳି କଳା ଜିନିଷ ବ୍ୟବହାର କରାଯାଇଥାଏ।

Leave A Reply

Your email address will not be published.