Latest Odisha News

ଘରେ ଏହି ସବୁ ଫଟୋ ଲଗାନ୍ତୁ ନାହିଁ…

ଭୁବନେଶ୍ବର: ଘର ସୁନ୍ଦର ଦିଶିବ ବୋଲି କାନ୍ଥରେ ଅନେକ ସୁନ୍ଦର ଫଟୋମାନ ଲଗାଇଥାଉ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଫଟୋ ଏମିତି ରହିଛି ଯାହାକୁ ଘରେ ଲଗେଇଲେ ଘରେ ଦୁର୍ଭାଗ୍ୟ ମାଡିଆସେ ।

– ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧ ସମ୍ବନ୍ଧୀୟ ଫଟୋ ଲଗାଇବା ଉଚିତ୍ ନୁହେଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ ବୋଲି ବିଶ୍ବାସ ରହିଛି ।

-ପାଣିରେ ବୁଡ଼ି ଯାଉଥିବା ଡଙ୍ଗା , ଜାହାଜର ଫଟୋକୁ ଘର କାନ୍ଥରେ ଲଗାନ୍ତୁ ନାହିଁ । ଏହା ପ୍ରଗତିରେ ବାଧା ସୃଷ୍ଟି କରେ ।

-ଘରେ ଛୋଟ ପିଲାମାନଙ୍କ ଫଟୋ ନବଦମ୍ପତିଙ୍କ ରୁମ୍‌ରେ ଲଗାଇଲେ ଶୁଭଫଳ ମିଳିଥାଏ । କିନ୍ତୁ କେବେ ବି କାନ୍ଦୁଥିବା କିମ୍ବା ରାଗିକି ଚାହୁଁଥିବା ପିଲାର ଫଟୋ ଘରେ ଲଗାନ୍ତୁ ନାହିଁ । ଏହା ଦ୍ବାରା ଘରେ ଦୁର୍ଭାଗ୍ୟ ମାଡି ଆସେ ।

-ଘରେ ଗୋଲାପ ଫୁଲର ଫଟୋ ଲଗାଇପାରିବେ। କିନ୍ତୁ ଏହାର ଗଛର ଫଟୋକୁ ଲଗାଇବେ ନାହିଁ। କାରଣ ଏଥିରେ ଥିବା କଣ୍ଟା ଥାଏ । ଯାହା ଘରେ ନକାରାତ୍ମକ ଊର୍ଜ୍ଜା ବୃଦ୍ଧି କରିଥାଏ ।

Comments are closed.