Latest Odisha News

BREAKING NEWS

ଜାଣନ୍ତୁ, ପ୍ରେମ୍ ଆନନ୍ଦ କାହିଁକି ଗାଆନ୍ତିନି ଗୀତ !

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ପ୍ରେମ୍ ଆନନ୍ଦ ଉଭୟ ଗୀତ ଓ ମାର୍ଜିତ ବ୍ୟବହାରକୁ ନେଇ ଘରେ ଘରେ ଲୋକପ୍ରିୟ । କେବେ ରୋମାଣ୍ଟିକ୍ ଗୀତ ତ କେବେ ସୁପରହିଟ୍ ଆଇଟମ୍ ନମ୍ବର ନିର୍ଦ୍ଦେଶନା ଦେଇ ଓଡ଼ିଆ ଶ୍ରୋତାଙ୍କ ମନରେ ଘର କରିନେଇଛନ୍ତି ସେ ।

ତାଙ୍କୁ ‘ଓଲିଉଡରେ ମ୍ୟୁଜିକାଲ୍ ସାଇଣ୍ଟିଷ୍ଟ’ ମଧ୍ୟ କେହି କେହି କହିଥାଆନ୍ତି । ତେବେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶକ ସାଜିଥିବା ପ୍ରେମ୍ ଆନନ୍ଦଙ୍କୁ କେହି କେବେ ଗୀତ ଗାଇବାର ଦେଖିନାହାନ୍ତି କି ଶୁଣି ମଧ୍ୟ ନାହାନ୍ତି । ଏହାକୁ ନେଇ ସଙ୍ଗୀତ ପ୍ରେମୀଙ୍କ ପାଖରେ ଅନେକ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥିବ ।

 

ତେବେ ନିକଟରେ ଏକ ସାକ୍ଷାତକାରରେ ପ୍ରେମ୍ ଆନନ୍ଦଙ୍କୁ ଏକଥା ପଚାରିବାରୁ ସେ କହିଥିଲେ- “ମୁଁ ଏତେ ଭଲ ଗାଇପାରେନି । ଭଲ କଣ୍ଠଶିଳ୍ପୀଙ୍କ ଦ୍ୱାରା ଗୀତକୁ ବୋଲାଇବାରେ ଯେତିକି ସନ୍ତୁଷ୍ଟି ମିଳେ, ନିଜେ ସେହି ଗୀତ ଗାଇଲେ, ମୋତେ ତାହା ମିଳେନାହିଁ ।

ଏହା ସହ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ଭଳି ଷ୍ଟେଜ୍ ଶୋ’ କରିବାରେ ମଧ୍ୟ ମୋର ରୁଚି ନାହିଁ ।

କାରଣ ବିଭିନ୍ନ ଷ୍ଟେଜ୍ ଶୋ’ ବେଳେ ରାତି ବଢ଼ିବା ମାତ୍ରେ ଲୋକଙ୍କର ହାବ ଭାବ ମୋତେ ଆଦୌ ଭଲ ଲାଗେ ନାହିଁ ।

ଏପରିକି କିଛି ସ୍ଥାନରେ ମଦ୍ୟପଙ୍କ ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ଷ୍ଟେଜ୍ ଶୋ’ଗୁଡ଼ିକରୁ ନିଜକୁ ମୁଁ ଦୂରେଇ ରଖିବାକୁ ବେଶୀ ପସନ୍ଦ କରେ ।”

Leave A Reply

Your email address will not be published.