ଭୁବନେଶ୍ଵର: ଯଦି କେବେ ଆପଣ ମନ୍ଦିର ଯାଇଥିବେ ତେବେ ନିହାତି ଭାବରେ ମନ୍ଦିର କୁ ପ୍ରବେଶ କରିବା ପୂର୍ବରୁ ମନ୍ଦିର ବାହାରେ ବିଭିନ୍ନ ନଗ୍ନ ବେଶରେ ଥିବା ମୂର୍ତ୍ତ ଦେଖିଥିବେ । ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ ମନ୍ଦିର ଭଳି ଏକ ପୂନ୍ୟ ଜାଗାରେ ଏସବୁ ଖରାପ ଜିନିଷ କାହିଁକି ରହିଛି ।
ରୁଷି ମୁନି ମାନେ ପୂର୍ବରୁ କହିଛନ୍ତି ଯେ ମନୁଷ୍ୟ ମୋକ୍ଷ ପାଇବାକୁ ଭଗବାନ ଙ୍କ ନିକଟରେ ଶରଣ ନେବା ଉଚିତ ,ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ଭାବେ ଭଗବାନ ଙ୍କ ନିକଟରେ ସମର୍ପଣ କରିଦେବା ସେତେବେଳେ ମୁକ୍ତି ମିଳିଯିବ । ଆଉ ଏହି ମୁକ୍ତି ପାଇବାକୁ ମନୁଷ୍ୟ ମନ୍ଦିର ଯାଇଥାଏ ଭଗବାନ ଙ୍କ ପୂଜାର୍ଚ୍ଚନା ପାଇଁ । ତେବେ ମନୁଷ୍ୟ କୁ ପରୀକ୍ଷା କରିବା ପାଇଁ ପୂର୍ବରୁ ଏସବୁ ଖୋଦିତ କରାଯାଉଥିଲା ଯେ ପ୍ରକୃତରେ ମନୁଷ୍ୟର ଏହି ସବୁ ନଗ୍ନ ମୂର୍ତ୍ତି ଆଡେ ନଜର ଯାଉଛି ନା ଏସବୁ ପାର କରିକି ସେ ମନରେ ଠାକୁର ଙ୍କୁ ସୁମରଣା କରିପାରୁଛି । କାହିଁକିନା ଏସବୁ ନଗ୍ନ ରୂପ ହେଉଛି କାମ ବାସନା ରୁପି ସଂସାର ,ଯିଏ ଏସବୁରୁ ମୋହ ତୁଟାଇ ଭଗବାନ ଙ୍କ ଶରଣ ନିଏ ସେ ମୁକ୍ତି ପାଇଥାଏ ।
ତେବେ ବିଶେଷଜ୍ଞ ମାନଙ୍କ ମତରେ ,ପରିବାରକୁ ଆଗକୁ ଆଗେଇବା ପାଇଁ ସମ୍ଭୋଗ ହେଉଛି ଏକ ପ୍ରକ୍ରିୟା । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ସ୍ଥାପନା ପାଇଁ ମାଧ୍ୟମ ହେଇଥାଏ । ତେଣୁ ପାରିବାରିକ ସମ୍ପର୍କକୁ ସୁଦୃଢ଼ ତଥା ବଂଶ ରକ୍ଷା ନିମନ୍ତେ ଯୌନ ଶିକ୍ଷା ନିହାତି ଆବଶ୍ୟକ । ଯେଉଁଥିପାଇଁ ପୂର୍ବ କାଳରେ ରାଜା ମହାରାଜା ମାନେ ଏସବୁ ମନ୍ଦିର ରେ ନିର୍ମାଣ କରୁଥିଲେ । କାରଣ ମନ୍ଦିରକୁ ସମସ୍ତେ ଆସିଥାନ୍ତି ଠାକୁରଙ୍କ ଦର୍ଶନ ପାଇଁ ,ମନ୍ଦିର ରେ ଏସବୁ ଦର୍ଶନ ପରେ ସେମାନେ ଯୌନ ଶିକ୍ଷା ବାବଦରେ ସମ୍ୟକ ଧାରଣା ପାଇଥାନ୍ତି ।
Comments are closed.