Latest Odisha News

ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମରେ କାହିଁକି ବାଜୁ ନାହିଁ ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଗୀତ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୬ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀର କର୍ତ୍ତବ୍ୟ ପଥରେ ବେଶ୍ ଧୁମଧାମରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ । ତିନି ସେନାର ମିଳିତ ପରେଡ ସହ ସବୁ ରାଜ୍ୟର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥର ଶୋଭା ବଢାଉଛି । ଏଥିସହ ଜାତୀୟ ସଙ୍ଗୀତର ଧ୍ବନୀରେ ଗୁଞ୍ଜରିତ ହେଉଛି ଗଗନ ପବନ । ତେବେ ଆପଣ ଜାଣନ୍ତି କି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରିୟ ଗୀତ ଥିଲା ଯାହା ପୂର୍ବରୁ ଗଣତନ୍ତ୍ର ଦିବସରେ ବାଜୁଥିଲା । କିନ୍ତୁ ଏବେ ସେ ଗୀତ ଆଉ ବାଜୁନାହିଁ । ଅନେକ ତ ସେ ଗୀତ ବିଷୟରେ ଜାଣନ୍ତି ନାହିଁ । ଆସନ୍ତୁ ଜାଣିବା ସେ ଗୀତ ବିଷୟରେ ଏବଂ ସେହି ଗୀତ ନ ବାଜିବାର କାରଣ ବିଷୟରେ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଗୀତ କହିଲେ ସମସ୍ତେ ‘ରଘୁପତି ରାଘବ ରାଜାରାମ’ କଥା କହିଥାନ୍ତି । କିନ୍ତୁ ଏହି ଗୀତ ବ୍ୟତିତ ଆଉ ଏକ ଗୀତ ଥିଲା ଯାହା ଗାନ୍ଧୀଙ୍କର ପ୍ରିୟ ଥିଲା । ଅନ୍ୟ ଭାଷାରେ ଲିଖିତ ଗୀତ ‘ଅବାଇଡ ୱିଥ୍ ମି’ ମହାତ୍ମା ଗାନ୍ଧୀଙ୍କର ଅନ୍ୟ ଏକ ପ୍ରିୟ ଗୀତ ଥିଲା । ବ୍ରିଟେନର ମୋନାର୍କ ଜର୍ଜ ପଞ୍ଚମଙ୍କୁ ମଧ୍ୟ ଏହି ଗୀତକୁ ବହୁତ ପସନ୍ଦ ଥିଲା । ଏହି ଗୀତକୁ ଖ୍ରୀଷ୍ଟିଆନମାନଙ୍କର ପ୍ରାର୍ଥନା ଗୀତ ମଧ୍ୟ କୁହାଯାଏ । ଗୀତଟି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ।

ଭାରତରେ ଗଣତନ୍ତ୍ର ଦିବସ ପାଳନର ଶେଷରେ ବିଟିଙ୍ଗ୍ ରିଟ୍ରିଟ୍ କାର୍ଯ୍ୟକ୍ରମ କରାଯାଏ । ବାସ୍ତବରେ ପୂର୍ବରୁ ସେନାରେ ଏକ ପରମ୍ପରା ରହିଆସିଛି ଯେ, ଯେତେବେଳେ ଯୁଦ୍ଧ ଚାଲିଥାଏ, ଏବଂ ସନ୍ଧ୍ୟା ହୋଇଆସେ ସେତେବେଳେ ଏକ ସ୍ୱତନ୍ତ୍ର ଧ୍ଵନି ବଜାଯାଏ । ଏହି ଧ୍ଵନିର ଶବ୍ଦ ଶୁଣି ସୈନିକମାନେ ନିଜର ଅସ୍ତ୍ରଶସ୍ତ୍ର ପକାଇ ଯୁଦ୍ଧକ୍ଷେତ୍ରରୁ ଫେରନ୍ତି । ଏହି ପ୍ରକ୍ରିୟାକୁ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମ କୁହାଯାଏ । ଏହି ପରମ୍ପରା ଭାରତରେ ବ୍ରିଟିଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଯାହା ଆଜି ବି ଜାରି ରହିଛି । ଏଥିରେ ଭାରତର ତିନୋଟି ସେନା ଅଂଶଗ୍ରହଣ କରନ୍ତି ଏବଂ ପାରମ୍ପାରିକ ଧ୍ଵନୀ ବଜାଉଥିବା ବ୍ୟାଣ୍ଡ ସହିତ ମାର୍ଚ୍ଚ ଫାଷ୍ଟ କରନ୍ତି । ଏହା ଦ୍ଵାରା ଗଣତନ୍ତ୍ର ଦିବସ ପାଳନ ସମାପ୍ତ ହୋଇଛି ବୋଲି ଜଣାପଡେ । ସୈନ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରିବା ପାଇଁ ମଧ୍ୟ ସୂଚିତ କରାଯାଏ ।

ଗଣତନ୍ତ୍ର ଦିବସ ପାଳନ ଶେଷ ହେବା ପରେ ପ୍ରତିବର୍ଷ ୨୯ ଜାନୁଆରୀରେ ଦିଲ୍ଲୀରେ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସେହି ଦିନ ସନ୍ଧ୍ୟାରେ ବିଜୟ ଚୌକ ଠାରେ ଏହି ସମାରୋହ ଆୟୋଜନ କରିବାର ପରମ୍ପରା ରହିଛି । ଏହି ସମୟରେ, ଗାନ୍ଧୀଙ୍କ ପ୍ରିୟ ଗୀତ ‘ଅବାଇଡ୍ ୱିଥ୍ ମି’ ବଜାଯାଏ । କିନ୍ତୁ ୨୦୨୦ ପରେ ଏହି ଗୀତକୁ ନେଇ ରାଜନୀତି ଉଗ୍ର ହୋଇଥିଲା । ବିବାଦ ଏତେ ମାତ୍ରାରେ ବଢିଥିଲା ଯେ ଶେଷରେ ୨୦୨୨ ମସିହାରେ ଏହି ଗୀତକୁ ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମରେ ବଜାଯିବା ବନ୍ଦ କରାଯାଇଥିଲା ।

କହିରଖୁଛୁ ଯେ, ‘ଅବାଇଡ୍ ୱିଥ୍ ମି’ ପ୍ରକୃତରେ ଏକ ଖ୍ରୀଷ୍ଟିଆନ ପ୍ରାର୍ଥନା ବା ଭଜନ । ସ୍କଟଲ୍ୟାଣ୍ଡର ହେନେରୀ ଫ୍ରାନ୍ସିସ୍ ଙ୍କ ଦ୍ୱାରା ଏହି ଗୀତ ଲିଖିତ । ତାଙ୍କ ରଚିତ ଏହି ଗୀତ ୧୮୪୭ରେ ପ୍ରସିଦ୍ଧି ଲାଭ କଲା ।

Comments are closed.