ଭୁବନେଶ୍ବର:ଚେହେରାରେ ଚମକ ଆଣିବା ପାଇଁ,ଏବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଅମୃତଭଣ୍ଡା ଏବଂ ହଳଦୀରୁ କେମିକାଲ ଫ୍ରି ଫେସ୍ ମାସ୍କ ତିଆରି କରିପାରିବେ । ସ୍କିନ ସମସ୍ୟା ଥିଲେ ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ ।
ଏହି ଫେସ୍ ମାସ୍କ ପାଇଁ ଅମୃତଭଣ୍ଡା ଏବଂ ହଳଦୀ ଆବଶ୍ୟକ । ଏକ ପାତ୍ରରେ ଅମୃତଭଣ୍ଡାକୁ ଛୋଟ ଛୋଟ ଖଣ୍ଡ କରି କାଟି ଭଲ ଭାବରେ ଚକଟି ଦିଅନ୍ତୁ । ଏବେ ଚକଟିଥିବା ଅମୃତଭଣ୍ଡାରେ ଚିମୁଟାଏ ହଳଦୀ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏବେ ଆପଣ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ଏହି ଫେସ୍ ମାସ୍କକୁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହି ଫେସ୍ ପ୍ୟାକ୍ ଶୁଖିଗଲେ, ଆପଣ ଆପଣଙ୍କ ମୁହଁ ଧୋଇ ଦିଅନ୍ତୁ ।
ଅମୃତଭଣ୍ଡା ଏବଂ ହଳଦୀର ମିଶ୍ରଣ ଆପଣଙ୍କ ସ୍କିନର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏହା ଆପଣଙ୍କ ସ୍କିନର ଚମକ ବୃଦ୍ଧି କରିବ ।
Comments are closed.