Latest Odisha News

BREAKING NEWS

ଶାସକ ଦଳକୁ ଅରୁଣଙ୍କ ନିଶାନା: ‘କାହିଁକି ଚାଲୁନି ବିରୋଧୀଙ୍କ ଭିଜୁଆଲ?’

ଭୁବନେଶ୍ବର: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ଉପସ୍ଥାପନା ରହିଥିବା ବେଳେ କାହିଁକି କେବଳ ଶାସକ ଦଳର ଭିଡିଓ ପ୍ରସାରିତ ହେଉଛି, ସେନେଇ ଶାସକଙ୍କୁ ପ୍ରଶ୍ନ କରି କଡା ନିଶାନା ସାଧିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏମିତି ସରକାର ବିଧାନସଭାରେ କି କାମ ଚାଲିଛି ଯେ, ଏହାର ସିଧାପ୍ରସାରଣ କରାଯାଉନାହିଁ । କେବଳ କାଟିକରି ଶାସକ ଦଳ ଭିଜୁଆଲ ଛଡାଯାଉଛି?

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କିଛି ଦିନରୁ ଦେଖୁଛୁ ବିଧାନସଭାରେ ବିରୋଧୀଙ୍କ ଭିଜୁଆଲ ବାରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଅରୁଣ । କହିଚନ୍ତି, କିଛି ଦିନ ତଳେ ଗଣମାଧ୍ୟମକୁ ବିଧାନସଭା ଭିତରକୁ ମୋବାଇଲ ନେବା ବାରଣ କରିଥିଲେ । ଆଉ ଏବେ ବିରୋଧୀଙ୍କ ଭିଜୁଆଲ ବାରଣ କରାଯାଇଛି । କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ୧୦.୩୦ରୁ ୧୧.୩୦ ଦେଖାଯାଉଛି । କ’ଣ ଏମିତି ଗୁପ୍ତ କାମ ଚାଲିଛି ଯେ, ଭିଡିଓ ସିଧାପ୍ରସାରଣ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଏଥିସହିତ ଅରୁଣ ଆହୁରି କହିଛନ୍ତି, ଶୁଣିବାକୁ ମିଳିଛି କିଛି ମନ୍ତ୍ରୀ ଏହାକୁ ନେଇ ତାଗିଦ୍ କରିଛନ୍ତି । ଏହା ଅଗଣତାନ୍ତ୍ରିକ ଏବଂ ଏକଛତ୍ରବାଦ । ଯାହା ଗଣତନ୍ତ୍ରକୁ ହତ୍ୟା କରିବ ଏବଂ ମିଡିଆର କଣ୍ଠରୁଦ୍ଧ କରିବ, ତାକୁ ନେଇ ଆମେହ ପ୍ରତିବାଦ କରିବୁ । ତେଣୁ ଆନ୍ଦୋଳନ ଭିଜୁଆଲ ବି ନଡରିକି ଦେଖାଇବାକୁ ଅନୁଭତି ଦିଆ । ବିରୋଧୀ କି ସରକାରୀ ଦଳ ଠିକ ଭାବେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛି ନା ନାହିଁ, ତାକୁ ୨୪ ଘଣ୍ଟା ଦେଖାଯାଉ ବୋଲି ଦେବି କରିଛନ୍ତି ଅରୁଣ ।

ସେପଟେ ଅରୁଣଙ୍କ ଟାର୍ଗେଟର କଡା ଉତ୍ତର ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ସରୋଜ କହିଛନ୍ତି, ମିଡ଼ିଆ ସ୍ୱାଧୀନତା କଥାକୁ କେହି ମନା କରୁ ନାହାନ୍ତି ହେଲେ ବିଜେଡି ଶାସନ ସମୟରେ ଅରୁଣ ସାହୁ କୁଆଡେ ଥିଲେ, ପାଲଟା ପ୍ରଶ୍ନ କରିଛନ୍ତି ସରୋଜ । ଏତିସହିତ ସେ ଏହା ବି କହିଛନ୍ତି, ମିଡ଼ିଆ ଆମ ବନ୍ଧୁ, ନବୀନ ପଟ୍ଟନାୟକ ମିଡ଼ିଆର ବନ୍ଧୁ ନଥିଲେ । ନବୀନ କେବେ ମିଡ଼ିଆକୁ ସାମ୍ନା କରି ନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସବୁ ଉତ୍ତର ଦେଉଛନ୍ତି । ଏମାନଙ୍କ ଅଧିକାର ନାହିଁ ମିଡ଼ିଆ କଥା କହିବାକୁ ।  ସରକାର ଆଳୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, ହେଲେ ସେମାନେ ଯାହା କରୁଛନ୍ତି, ତାହା ମର୍ମାହତ କରିଛି ।

Leave A Reply

Your email address will not be published.