Latest Odisha News

ଗଣତନ୍ତ୍ର ଦିବସରେ କାହିଁକି ପତାକା ଉତ୍ତୋଳନ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ଦିନକ ପରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଭାରତରେ ଗଣତନ୍ତ୍ର ଦିବସ ପାଳନ କରାଯାଏ । ଏହି ଦିବସ ଭାରତରେ ସମ୍ବିଧାନର କାର୍ଯ୍ୟକାରି ହେବା ଏବଂ ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ହେବା ଉଦ୍ଦେଶ୍ୟରେ ପାଳନ କରାଯାଏ । ଏହି ବିଶେଷ ଉତ୍ସବରେ ନୂଆଦିଲ୍ଲୀର କର୍ତବ୍ୟ ପଥରେ ଭବ୍ୟ ପରେଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ହୋଇଥାଏ । ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ପ୍ରତି ଗଳିକନ୍ଦିରେ ତ୍ରୀରଙ୍ଗା ଉଡୁଥାଏ । ତେବେ ସ୍ଵାଧିନତା ଦିବସରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥାନ୍ତି । ଆପଣ କେବେ ଭାବିଛନ୍ତି କି ଏପରି କାହିଁକି ହୁଏ । ଏହି ଦିନ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି କାହିଁକି ପତାକା ଉତ୍ତୋଳନ କରନ୍ତି । ଆସନତୁ ଜାଣିବା ଏହା ପଛର କାରଣ…

ଜାନୁଆରୀ ୨୬ ବା ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବାର ଅଧିକାର ଭାରତର ରାଷ୍ଟ୍ରପତିଙ୍କୁ ଦିଆଯାଇଥାଏ କାରଣ ସେ ଦେଶର ପ୍ରଥମ ନାଗରିକ, ସାମ୍ବିଧାନର ପ୍ରମୁଖ୍ୟ ତଥା ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଅଟନ୍ତି। ରାଷ୍ଟ୍ରପତି ହେଉଛି ଭାରତୀୟ ଗଣରାଜ୍ୟର ପ୍ରତୀକ ଅଟନ୍ତି, ଏବଂ ଗଣତନ୍ତ୍ର ଦିବସ ଦେଶରେ ଗଣରାଜ୍ୟ ସୃଷ୍ଟି ହେବା ସହ ସିଧାସଳଖ ଜଡିତ । ତେଣୁ ଏହି ଦିନର ପ୍ରମୁଖ୍ୟ ଘଟଣା ରାଷ୍ଟ୍ରପତିଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏହା ବ୍ୟତୀତ ଏହା ମଧ୍ୟ ଏକ ପରମ୍ପରା ଏବଂ ସମ୍ବିଧାନରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ଏହି ଦିନ ରାଷ୍ଟ୍ରପତି ହିଁ ପତାକା ଉତ୍ତୋଳନ କରିବେ । ତେଣୁ ଏହି ଦିନ ପତାକା ଉତ୍ତୋଳନ କରିବାର ଅଧିକାର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇନଥାଏ ।

ବାସ୍ତବରେ ପ୍ରଧାନମନ୍ତ୍ରୀ ଦେଶର କାର୍ଯ୍ୟନିର୍ବାହୀ ମୁଖ୍ୟ ଏବଂ ସରକାରଙ୍କ ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି। ଯଦିଓ ସେ ଗଣତନ୍ତ୍ର ଦିବସ ପାଳନ ଅବସରରେ ସାମିଲ ହୋଇଥାନ୍ତି ଏବଂ ପରେଡରେ ଉପସ୍ଥିତ ଥାଆନ୍ତି ତଥାପି ସେହି ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ରାଷ୍ଟ୍ରପତି । ସ୍ୱାଧୀନତା ଦିବସ (୧୫ ଅଗଷ୍ଟ) ଅବସରରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ସେତେବେଳେ ତାଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଥାଏ ।

 

Comments are closed.