Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଆରସିବି ବିପକ୍ଷ ମ୍ୟାଚରେ ଗୋଲାପୀ ରଙ୍ଗର ଜର୍ସି ପିନ୍ଧିଲା ରାଜସ୍ଥାନ ଟିମ

ଜୟପୁର: ଚଳିତ ଆଇପିଏଲରେ ସୱାଇ ମାନସିଂହ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ରାଜସ୍ଥାନର ସମସ୍ତ ଟିମ ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଗ୍ରାମୀଣ ଭାରତରେ ମହିଳା ସଶକ୍ତୀକରଣ ପାଇଁ ଫ୍ରାଂଚାଇଜ ପିଙ୍କ ପ୍ରୋମିସ ଅଭିଯାନ ଚଳାଇଛି । ଔରତ ହେ ତୋ ଭାରତ ହେର ବ୍ୟାନର ମଧ୍ୟ ଷ୍ଟାଡିୟମରେ ଲଗା ଯାଇଥିଲା । ଏହି ଅବସରରେ ମହିଳା ସଶକ୍ତୀକରଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମ୍ୟାଚ ଦେଖିବା ପାଇଁ ଆମନ୍ତ୍ରଣ କରାଯାଇଥିଲା ।

ଟସ ଜିତି ରାଜସ୍ଥାନ ଟିମ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ରାଜସ୍ଥାନ ଭଲ ଫର୍ମରେ ରହିଛି । ଅପରପକ୍ଷରେ ଆରସିବି ବିଜୟ ଧାରାକୁ ପ୍ରତ୍ୟାବର୍ତନ କରିବା ପାଇଁ ଚାହିଁବ ।

Comments are closed.