Latest Odisha News

ସତ୍ୟପାଲଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ସତ୍ୟପାଲଙ୍କ ଘରେ ସିବିଆଇ। ବୀମା ଦୁର୍ନୀତି ପ୍ରସଙ୍ଗରେ ସିବିଆଇର ଏକ ଟିମ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଯିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

BjdElectrycity

ପୁଲୱାମା ପ୍ରସଙ୍ଗକୁ ନେଇ ସତ୍ୟପାଲ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ବିବାଦ ଘେରକୁ ଆଣିଛନ୍ତି। ଯାହାକୁ ନେଇ ଦେଶର ରାଜନୀତି ଏବେ ତୀବ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ସତ୍ୟପାଲଙ୍କୁ ପଚରାଉଚରା ପାଇଁ ସିବିଆଇ ନୋଟିସ କରିଥିଲା।

ତେଣୁ ସେହି ଆଧାରରେ ବୀମା ଦୁର୍ନୀତି ପ୍ରସଙ୍ଗ ନେଇ ସତ୍ୟପାଲ ଯେଉଁ ଅଭିଯୋଗ ଆଣିଥିଲେ ସେ ସମ୍ପର୍କରେ ପଚରାଉଚରା ପାଇଁ ସିବିଆଇର ଟିମ ସତ୍ୟପାଲଙ୍କ ବାସଭବନ ଯାଇଥିଲେ। ଜାମ୍ମୁ କାଶ୍ମୀରରେ ବୀମା ସମ୍ପର୍କିତ ଫାଇଲକୁ ଅନୁମତି ଦେବା ପାଇଁ ସତ୍ୟପାଲଙ୍କୁ ଲାଞ୍ଚ ଯଚା ଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।

ତେଣୁ ସିବିଆଇ ଟିମ ମଲିକଙ୍କ ଦିଲ୍ଲୀ ସ୍ଥିତ ସୋମ ବିହାର ଘରେ ପଚରାଉଚରା କରିଥିବା କୁହାଯାଇଛି। ଗତ ସାତ ମାସ ମଧ୍ୟରେ ଦ୍ଵିତୀୟ ଥର ପାଇଁ ସିବିଆଇ ତାଙ୍କୁ ପଚରାଉଚରା କରିଛି। ସତ୍ୟପାଲ ଏ ଘଟଣାରେ ଅଭିଯୁକ୍ତ ନୁହନ୍ତି କିମ୍ବା ସନ୍ଦିଗ୍ଧ ନୁହନ୍ତି। କିନ୍ତୁ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତା ଉପରେ ସ୍ପଷ୍ଟୀକରଣ ଦେବା ସମ୍ପର୍କରେ ପଚରାଉଚରା କରାଯାଉଥିବା ଜଣାପଡିଛି।

ଗତବର୍ଷ ଅକ୍ଟୋବରରେ ଏ ସମ୍ପର୍କରେ ତାଙ୍କର ମନ୍ତବ୍ୟ ରେକର୍ଡ କରାଯାଇଥିଲା। ସତ କହି କିଛି ଲୋକଙ୍କ ପାପ ପଦାକୁ ଆଣିଥିବାରୁ ତାଙ୍କୁ ସିବିଆଇ ନୋଟିସ କରିଥିବା ପୂର୍ବରୁ କହିଥିଲେ ସତ୍ୟପାଲ। ଏହାକୁ ନେଇ ରାଜନୀତି ତୀବ୍ର ହୋଇଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ବିଜେପିକୁ ଟାର୍ଗେଟ କରିଥିଲେ।

ଏପରିକି ଯିଏ ବି ବିଜେପି ବିରୋଧରେ କଥା ଉଠାଇବ ତାକୁ ସିବିଆଇ ଇଡି ଦ୍ୱାରା ଜବତ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ସତ୍ୟପାଲଙ୍କ ପୁଲୱାମା ସମ୍ପର୍କିତ ମନ୍ତବ୍ୟ ପରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସତ୍ୟପାଲଙ୍କ ଉପରେ ବର୍ଷିଥିଲେ।

ସତ୍ୟପାଲ ମଧ୍ୟ ଅମିତଙ୍କୁ ଛାଡି ନ ଥିଲେ ବରଂ ତୁରନ୍ତ ଏହାର ଜବାବ ଦେଇଥିଲେ। ଏବେ ସିବିଆଇ ସତ୍ୟପାଲଙ୍କୁ ପଚରା ଉଚରା କରୁଥିବାରୁ ଦେଶର ରାଜନୈତିକ ଚର୍ଚା ଜୋର ଧରିଛି ।

ଘଟଣାର ଅଭିଯୋଗକାରୀ ଭାବେ ଏଭଳି ଢଙ୍ଗରେ ପଚରାଉଚରାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସତ୍ୟପାଲ ମଲିକ । ପୁଲୱାମା ପ୍ରସଙ୍ଗରେ କହିବାରୁ ଏହା ତାର ପ୍ରତିଫଳନ ବୋଲି କହିଛନ୍ତି ସତ୍ୟପାଲ । ଯାହାକୁ ନେଇ ରାଜନୀତି ପୁଣିଥରେ ସରଗରମ ହୋଇଛି ।

Leave A Reply

Your email address will not be published.