Latest Odisha News

BREAKING NEWS

ମେଡିସିନ୍ ଷ୍ଟ୍ରିପରେ କାହିଁକି ଥାଏ ଖାଲି ସ୍ଥାନ ? ଜାଣନ୍ତୁ ଏହାପଛରେ ଥିବା ବିଶେଷ କାରଣ…

ନୂଆଦିଲ୍ଲୀ : ପ୍ରତିଦିନ ଆମେ ଆମ ଜୀବନରେ ଏପରି ଅନେକ କିଛି ଜିନିଷ ଦେଖୁ କିନ୍ତୁ କେବେ ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁନାହୁଁ  । ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ବିଷୟରେ କହିବୁ, ଯାହା ବିଷୟରେ ଆପଣ କଦାପି ଭାବି ନଥିବେ । କାହାରି ଦେହ ଖରାପ ହେଲେ ଆମେ ଓୗଷଧ କିଣିଥାଏ  । ଏହାକୁ କିଣିବାବେଳେ ଆମେ ଏହାର ଏକ୍ସପ୍ୟାରୀ ଡେଟ୍ ଦେଖି କିଣିଥାଏ  ।  କିନ୍ତୁ କେବେ ଜାଣିବାକୁ ଚାହିଁଛନ୍ତି କି ମେଡିସିନ୍ ଫାଇଲର ମଝିରେ ଥିବା ଖାଲି ସ୍ଥାନ ଗୁଡିକ କାହିଁକି ଥାଏ ?  ଆସନ୍ତୁ ଜାଣିବା  ।

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯଦି ଆମେ କୌଣସି ଦାମୀ ଓୗଷଧ କିଣୁ  । ସେହି ଫାଇଲରେ କେବଳ ଗୋଟିଏ ଟାବଲେଟ୍ ଥାଏ । ଏବଂ ତାର ଚର୍ତୁପାର୍ଶ୍ବ ରେ ପୁରା ଫାଇଲଟି ଖାଲିଥାଏ  । ମେଡିସିନ୍ ଗୁଡିକୁ ଅନେକ ସମୟରେ ଅନ୍ୟ ଦେଶକୁ ରପ୍ତାନୀ କରାଯାଇଥାଏ । ବିଭିନ୍ନ ପରିବହନ ମାଧ୍ୟମରେ ଏଗୁଡିକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପଠାଯାଏ  । ଏପରି ପରିସ୍ଥିତିରେ, ଓୗଷଧ ମଧ୍ୟରେ ଏତେ ସ୍ପେଶ୍ ରଖାଯାଏ ଯେ , ସେଗୁଡିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାବେଳେ ସେଗୁଡିକ ଭାଙ୍ଗି ନଥାଏ କିମ୍ବା ନଷ୍ଟ ହୋଇଯାଏନାହିଁ ।

ଖାଲି ସ୍ଥାନ ହେତୁ ଓୗଷଧ ଗୁଡିକ ଉପରେ କୌଣସି ଚାପ ପଡ଼େନାହିଁ  । ଯେଉଁଥିପାଇଁ ଓୗଷଧ ସୁରକ୍ଷିତ ରହିଥାଏ । ବେଳେ ବେଳେ ଯଦି ଏକ ମେଡିସିନ୍ ଫାଇଲ୍ ରେ ୧୦ଟି ମେଡିସିନ୍ ରହୁଛି  । ଆମେ ଦୋକାନୀଙ୍କୁ ୫ଟି ମେଡିସିନ୍ ମାଗିଥାଉ  । ଯାହା ଫଳରେ କି ଦୋକାନୀ ଜଣଙ୍କ ଆମକୁ ଫାଇଲରୁ ୫ ଟି ମେଡିସିନ୍ କାଟି କରି ଦିଅନ୍ତି  । ଏହି ସମୟରେ ଯଦି ଫାଇଲରେ ଫାଙ୍କା ସ୍ଥାନ ନଥାନ୍ତା , ତେବେ କାଟିବା ସମୟରେ କ୍ଷତି ପହଁଞ୍ଚିବାର ସମ୍ଭାବନା ଥାଏ  ।

 

Leave A Reply

Your email address will not be published.