ନୂଆଦିଲ୍ଲୀ: ଆଜି ଯେତେବେଳେ “ପାପର ସହର” ଶବ୍ଦଟି ମନକୁ ଆସେ, ସର୍ବପ୍ରଥମେର ଲାସ୍ ଭେଗାସ୍ ନାମଟି ମନେ ପଡ଼େ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଲାସ୍ ଭେଗାସ୍ ପୂର୍ବରୁ ଶହ ଶହ ବର୍ଷ ପୂର୍ବେ, ବିଶ୍ୱରେ ଆଉ ଏକ ସହର ଥିଲା ଯାହାକୁ ଆହୁରି କୁଖ୍ୟାତ ବୋଲି ବିବେଚନା କରାଯାଉଥିଲା। ସେହି ସହର ଥିଲା ପୋର୍ଟ ରୟାଲ୍, ଯାହା ବର୍ତ୍ତମାନର ଜାମାଇକାରେ ଅବସ୍ଥିତ। ଏହି ସହରର କାହାଣୀ ଏତେ ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ ଯେ ଲୋକେ ଏହାକୁ ପରମେଶ୍ୱରଙ୍କ ଚେତାବନୀ ଏବଂ ପାପ ପାଇଁ ଦଣ୍ଡ ସହିତ ଯୋଡ଼ନ୍ତି।
୧୭ ଶତାବ୍ଦୀରେ, ପୋର୍ଟ ରୟାଲ୍ ବ୍ରିଟିଶ ସାମ୍ରାଜ୍ୟର ଏକ ଧନୀ ବନ୍ଦର ସହର ଥିଲା। ଏହା ବାଣିଜ୍ୟ, ସୁନା, ରୂପା ଏବଂ ଜାହାଜର ଏକ ପ୍ରମୁଖ କେନ୍ଦ୍ର ଥିଲା। ବ୍ୟବସାୟୀ, ନାବିକ ଏବଂ ସୈନିକମାନେ ଦୂର ଦୂରାନ୍ତରୁ ଆସୁଥିଲେ। କିନ୍ତୁ ଧନ ଏବଂ ଶକ୍ତି ସହିତ, ଦୁରାଚାର ମଧ୍ୟ ବୃଦ୍ଧି ପାଇଲା। ସେତେବେଳେ, ପୋର୍ଟ ରୟାଲ୍ର ପ୍ରତ୍ୟେକ ରାସ୍ତାରେ ମଦ ଦୋକନା ଥିଲା। ଖୋଲାଖୋଲି ଭାବରେ ଜୁଆ ଖେଳ ହେଉଥିଲା। ସେଠାରେ ଦେହଜୀବୀ ବ୍ୟବସାୟ ସାଧାରଣ ଥିଲା। ଚୋରି, ହିଂସା ଏବଂ ଅପରାଧ ଏକ ନିତିଦିନିଆ ଘଟଣା ଥିଲା। କୁହାଯାଏ ଯେ ପ୍ରତି ୧୦ ଜଣଙ୍କ ପାଇଁ ଗୋଟିଏ ମଦ ଦୋକାନ ବା ବାର୍ ଥିଲା। ଏହି କାରଣରୁ ଲୋକମାନେ ଏହାକୁ ପୃଥିବୀର ସବୁଠାରୁ ପାପପୂର୍ଣ୍ଣ ସହର କିମ୍ବା ବିଶ୍ୱର ସବୁଠାରୁ କୁଖ୍ୟାତ ସହର ବୋଲି କହିବା ଆରମ୍ଭ କଲେ।
ଏହି ସହରଟି କୁଖ୍ୟାତ ଜଳଦସ୍ୟୁଙ୍କ (Pirates) ପାଇଁ ମଧ୍ୟ ଏକ ସ୍ୱର୍ଗ ଥିଲା। ବ୍ରିଟିଶ ସରକାର ଅନେକ ଜଳଦସ୍ୟୁଙ୍କୁ ସ୍ପେନ୍ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅନୁମତି ଦେଇଥିଲେ। ଏହି ଜଳଦସ୍ୟୁମାନେ ସେମାନଙ୍କର ଲୁଟ୍ ଏଠାକୁ ଆଣୁଥିଲେ। ଏହାକୁ ମଦ୍ୟପାନ କରି ନଷ୍ଟ କରିଥିଲେ, ଜୁଆରେ ଉଡାଉଲେ ଏବଂ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ଧର୍ମ, ନୈତିକତା ଏବଂ ଆଇନକୁ ଏଠାରେ ଏକ ମଜା ଭାବରେ ବିବେଚନା କରାଯାଉଥିଲା। ପାଦ୍ରୀ ଏବଂ ଧାର୍ମିକ ନେତାମାନେ ଏପରି ପାପ ପାଇଁ ଭୟଙ୍କର ପରିଣାମ ବିଷୟରେ ଚେତାବନୀ ଦେଇଥିଲେ। କିନ୍ତୁ ସହରର ଧନୀ ଏବଂ ଶକ୍ତିଶାଳୀ ଲୋକମାନେ ଏହି କଥାଗୁଡ଼ିକୁ ହସରେ ଉଡାଇଦେଇଥିଲେ। ବିଶ୍ୱାସ କରୁଥିଲେ ଯେ ଟଙ୍କା ଏବଂ ଶକ୍ତି ସେମାନଙ୍କୁ ଯେକୌଣସି ଦଣ୍ଡରୁ ରକ୍ଷା କରିବ।
ଜୁନ୍ ୭, ୧୬୯୨ରେ ହଠାତ୍ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। କିଛି ମିନିଟ୍ ମଧ୍ୟରେ, ସହରର ଏକ ବଡ଼ ଅଂଶ ମାଟି ତଳେ ଦବି ଯାଇଥିଲା। ହଜାର ହଜାର ଲୋକେ ଏହି ଭୂମିକମ୍ପରେ ପ୍ରାଣ ହରାଇଲେ। ଏହି ସହରରେ ପ୍ରତ୍ୟେକ ସ୍ଥାନରେ କୋଠାଘର ଭୁଶୁଡ଼ି ପଡ଼ିଲା, ନିଆଁ ଏବଂ ରୋଗ ମଧ୍ୟ ବ୍ୟାପି ଯାଇଥିଲା। ଲୋକମାନେ ଏହାକୁ ଏକ ଦଣ୍ଡ ବୋଲି ବିବେଚନା କଲେ। ସ୍ଥାନୀୟ ଲୋକେ ଅନୁତାପ କରି କହିବାକୁ ଲାଗିଲେ ଯେ ଏହା ବର୍ଷ ବର୍ଷ ଧରି କରିଥିବା ପାପର ପରିଣାମ। ଭୂମିକମ୍ପ ପରେ, ପୋର୍ଟ ରୟାଲ୍ କେବେବି ପୁନରୁଦ୍ଧାର ହେଲାନାହିଁ। ବାଣିଜ୍ୟ ବନ୍ଦ ହୋଇଗଲା ଏବଂ ଲୋକମାନେ ସେହି ସ୍ଥାନ ଛାଡି ଚାଲିଗଲେ। ଆଜି, ପୋର୍ଟ ରୟାଲ୍ ଏକ ଛୋଟ ଏବଂ ଶାନ୍ତ ସ୍ଥାନ।