Latest Odisha News

BREAKING NEWS

ଭାରତର ବଜେଟରେ କାହିଁକି ଖୁସି ଅଛନ୍ତି ଟ୍ରମ୍ପ ?

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। କେନ୍ଦ୍ର ବଜେଟର ଅନେକ ଘୋଷଣା ମଧ୍ୟରୁ ଏମିତି କିଛି ଘୋଷଣା ରହିଛି ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରି ଦେଇଛି। ସରକାର କିଛି କଷ୍ଟମ ଡ୍ୟୁଟି କମ କରିଛନ୍ତି। ଯାହାର ପ୍ରଭାବ ଆମେରିକା ଉତ୍ପାଦ ଉପରେ ପଡିବା ସହିତ ଲାଭରେ ରହିବ ଆମେରିକା। ଆସନ୍ତୁ ଜାଣିବା କ’ଣ ଏହି ଘୋଷଣା? କାହିଁକି ଭାରତ ବଜେଟରେ ଖୁସି ଅଛନ୍ତି ଟ୍ରମ୍ପ?

ଏଥର ବଜେଟରେ ମୋଟରସାଇକେଲ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏସବୁରେ କଷ୍ଟମ ଡ୍ୟୁଟି କମ ହେବାରୁ ଆମେରିକା ଉତ୍ପାଦ ଗୁଡିକୁ ବେଶ ଲାଭ ହେବ।

ଟେକ୍ନୋଲୋଜି, ଯାନବାହାନ, ଶିଳ୍ପ କଞ୍ଚାମାଲ ଏବଂ ବର୍ଜ୍ୟବସ୍ତୁ ଆମଦାନୀ ଉପରେ ଶୁଳ୍କ ହ୍ରାସ ସହ ବାଣିଜ୍ୟକୁ ସୁଗମ କରିଛି। ତେବେ ଭାରତର ବାଣିଜ୍ୟ ବ୍ୟାପାରକୁ ନେଇ ଆମେରିକା କ୍ଷେତ୍ରରେ ଏହି ଶୁଳ୍କ ହ୍ରାସ ସଫଳ ହେବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ୨୦୨୩ – ୨୪ ଆର୍ଥିକ ବର୍ଷରେ ଭାରତକୁ ଆମେରିକାର ମୋଟରସାଇକେଲ ରପ୍ତାନି ୩ ମିଲିୟନ ଡ଼ଲାରରେ ପହଞ୍ଚିଛି । ଟ୍ରମ୍ପ ଦୀର୍ଘ ଦିନ ଧରି ଭାରତର କଷ୍ଟମ୍ ଡ୍ୟୁଟି ଗଠନକୁ ସମାଲୋଚନା କରିଆସୁଛନ୍ତି କିନ୍ତୁ ଚଳିତ ବଜେଟରେ ଏହି ପରିବର୍ତ୍ତନ ଅନେକ କ୍ଷେତ୍ରରେ ଆମେରିକାର ରପ୍ତାନି ବୃଦ୍ଧି କରିପାରିବ।

Comments are closed.