Latest Odisha News

BREAKING NEWS

ଶୀଘ୍ର ବଜାରକୁ ଆସିବ Google Pixel 9a, ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ଅଗଷ୍ଟ ୨୦୨୪ ରେ Google Pixel 9 ସିରିଜକୁ ଲଞ୍ଚ କରିଥିଲା ଟେକ୍ ଜଏଣ୍ଟ ଗୁଗୁଲ୍ । ଯଦି ଆପଣ ପିକ୍ସେଲ୍ ସ୍ମାର୍ଟଫୋନକୁ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଗୁଗୁଲ୍ ଶୀଘ୍ର ଏହି ସିରିଜରେ ଏକ ଶସ୍ତା ପିକ୍ସେଲ୍ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ, Google Pixel 9a ର ପ୍ରି-ବୁକିଂ ଆଗାମୀ ମାର୍ଚ୍ଚ ୧୯ ରୁ ଅରମ୍ଭ ହେବ ଓ ମାର୍ଚ୍ଚ ୨୬, ୨୦୨୫ ରୁ Google Pixel 9a କୁ ବିକ୍ରି ପାଇଁ ଉପଲବ୍ଧ ହୋଇପାରେ । ଅପକମିଙ୍ଗ ସ୍ମାର୍ଟଫୋନ୍ ସିରିଜର ଅନ୍ୟ ପିକ୍ସେଳ ସ୍ମାର୍ଟଫୋନ୍ ତୁଳନାରେ ଏହା ଶସ୍ତା ଏବଂ ବଜେଟଫ୍ରେଣ୍ଡଲି ହେବ ବୋଲି ଆଶା କରାଯାଉଛି ।

ଖୁବ୍ ଶୀଘ୍ର Pixel 9 ସିରିଜରେ Google Pixel 9a ଦେଖିବାକୁ ପାଇବେ । ଏହି ସ୍ମାର୍ଟଫୋନର ଲଞ୍ଚ ଏବଂ ଫିଚରର ଲିକ୍ କିଛି ଦିନ ହେବ ସାମ୍ନାକୁ ଆସୁଛି । ତେବେ ଆଶା କରାଯାଉଛି ଯେ ଏହି ଫୋନ୍ ଶୀଘ୍ର ଲଞ୍ଚ ହେବ। ନିକଟରେ ଗୁଗୁଲ୍ ପିକ୍ସେଲର ଦାମ୍ କୁ ନେଇ ଅନେକ ଲିକ୍ ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ସ୍ମାର୍ଟଫୋନର ପ୍ରି-ବୁକିଂ ଡେଟ୍ କୁ ନେଇ ସୂଚନା ମିଳିଛି ।

ଏହି ସ୍ମାର୍ଟଫୋନ ବିଭିନ୍ନ ଷ୍ଟୋରେଜ୍ ଏବଂ କଲର ଭ୍ୟାରିଆଣ୍ଟ ମିଳିବ । କିଛି ଲିକ୍ସରେ ଏହା ମଧ୍ୟ କୁହାଯାଇଛି ଯେ କମ୍ପାନୀ Google Pixel 9a ଅର୍ଥାତ୍ ୧୨୮GB ମଡେଲର ବେସ୍ ଭ୍ୟାରିଆଣ୍ଟ ୪୩,୨୦୩ ଟଙ୍କା ମୂଲ୍ୟରେ ଲଞ୍ଚ ହୋଇପାରେ । ସେହିଭଳି ୨୫୬GB ଷ୍ଟୋରେଜ୍ ମଡେଲକୁ କମ୍ପାନୀ ୫୯୯ ୫୧,୮୫୮ ଟଙ୍କାର ମୂଲ୍ୟରେ ଲଞ୍ଚ କରିପାରେ ।

Google Pixel 9a କୁ Android 15 ସପୋର୍ଟ ସହିତ ଲଞ୍ଚ ହୋଇପାରେ । ଏହା ବ୍ୟତୀତ ଏଥିରେ ୬.୨୮ ଇଞ୍ଚର ଡିସପ୍ଲେ ମିଳିପାରେ, ଯେଉଁଥିରେ OLED ପ୍ୟାନେଲ୍ ରହିବ । ଡିସପ୍ଲେରେ ଆପଣଙ୍କୁ ୨୭୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ମିଳେ । ଏଥିରେ ଆପଣଙ୍କୁ ୪୮+୧୩ ମେଗାପିକ୍ସେଲ୍ ସେନ୍ସର ସହିତ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରେ ଓ ଏହି ଫୋନରେ ୫୧୦୦mAh ର ବଡ଼ ବ୍ୟାଟେରୀ ଆସିପାରେ ।

 

Comments are closed.