Latest Odisha News

BREAKING NEWS

ଏଥିରେ ପାଣି ରଖି ପିଇଲେ ମିଳିଥାଏ ଅନେକ ଫାଇଦା !

ନୂଆଦିଲ୍ଲୀ : ଦିନଥିଲା ମାଟି ଜିନିଷର ଚାହିଦା ଅଧିକ ଥିଲା । ଲୋକ ମାଟିରେ ତିଆରି ମାଠିଆ ଓ ସୁରେଇ ଆଦିକୁ ବ୍ୟବହାର କରୁଥିଲେ । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବେଶ୍ ଆରାମ ମିଳୁଥିଲା । କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣ ହେବାର ଭୟ ନଥିଲା । କିନ୍ତୁ ଯୁଗ ବଦଳିବା ସହ ଲୋକଙ୍କ ମାନସିକତା ଓ ରୁଚି ମଧ୍ୟ ବଦଳିଛି  । ବର୍ତ୍ତମାନ ସମୟରେ ଫ୍ରିଜ ପାଣିକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଯାହାକି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକିଆଣୁଛି । ଘରେ ଘରେ ଫ୍ରିଜ୍‌ରେ ପାଣିକୁ ଥଣ୍ଡା କରି ପିଇବା ଅନେକଙ୍କର ଅଭ୍ୟାସ ହୋଇଗଲାଣି ।

ତେବେ ଆସନ୍ତୁ ଜାଣିବା ମାଠିଆ ପାଣିରୁ ଆମକୁ କଣ ସ୍ବାସ୍ଥ୍ୟଗତ ଫାଇଦା ମିଳେ । ମାଠିଆ ପାଣିରେ ଅନେକ ଔଷଧୀୟ ଗୁଣ ରହିଛି । ଖାସ୍ କଥା ହେଲା, ଏହି ପାଣିକୁ ନିୟମିତ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ମାଠିଆ ପାଣି ପିଇଲେ ଗଳା ସଂକ୍ରମଣର ଆଶଙ୍କା ନଥାଏ । ଫ୍ରିଜ୍ ପାଣି ଯୋଗୁ ଅନେକ ସମୟରେ ଥଣ୍ଡା ଏବଂ ଗଳା ସଂକ୍ରମଣଜନିତ ସମସ୍ୟା ଉପୁଜିଥାଏ । କିନ୍ତୁ ମାଠିଆ ପାଣି ସମ୍ପୂର୍ଣ୍ଣ ଶୁଦ୍ଧ । ଏହାକୁ ଯେତେ ବାସି କରି ପିଇବେ ପେଟଜନିତ ବିଭିନ୍ନ ସମସ୍ୟାରୁ ସୁରକ୍ଷା ପାଇପାରିବେ ।

Comments are closed.