Latest Odisha News

BREAKING NEWS

ଲମତାପୁଟରେ ପଣସ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ ୨ ଗିରଫ

କୋରାପୁଟ: ଗଂଜେଇ ଚୋରାଚାଲାଣ ପାଇଁ ଅଭିଯୁକ୍ତମାନେ ସବୁବେଳେ ନୂଆ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି । ଆଜି ଏପରି ଆଉ ଏକ ଘଟଣା ନଜରକୁ ଆସିଛି । ବାଡେଲରୁ ରାଜସ୍ଥାନକୁ ଯାଉଥିବା ଏକ ପଣସ ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ।

ପଣସ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିବା ପରେ ଲମତାପୁଟ ପୋଲିସ ଓ ନନ୍ଦପୁର ପୋଲିସର ଦୁଇଟି ଟିମ୍ ଗଠିତ ହୋଇଥିଲା । ଲମତାପୁଟ ଠାରୁ ୫କିଲୋମିଟର ଦୂର ବଦପଡା ଘାଟି ନିକଟରେ ପ୍ରତି ଗାଡିଗୁଡିକୁ ଯାଞ୍ଚ କରାଯାଇଥିଲା । ପଣସ ବୋଝେଇ ଏହି ଟ୍ରକକୁ ଯାଞ୍ଚ ବୋଳଳେ ପ୍ରାୟ ୪୨୨ କେଜି ୩୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଯାହାର ଆନୂମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା । ଟ୍ରକରେ ଥିବା ରାଜସ୍ଥାନ ଅଞ୍ଚଳର ରାଜେଶ ଓ ବାବୁ ସିଂକୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୨ଟି ମୋବାଇଲ ଓ ଏଟିଏମ୍ କାର୍ଡ ମଧ୍ୟ ଜବତ କରାଯାଇଛି । ତେବେ ଏପରି ଅଭିନବ ଉପାୟରେ ଅଧିକାଂଶ ସମୟରେ ଗଂଜେଇ ଚୋରାଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.