Latest Odisha News

BREAKING NEWS

ପାରିବାରିକ କଳହରୁ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ

ଭଦ୍ରକ: ପାରିବାରିକ କଳହରୁ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଞ୍ଚାୟତ ମହଲା ସାହିରେ। ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟେକ୍ତ ହୋଇ ସ୍ତ୍ରୀ ଓ ପୁଅକୁ ବାନ୍ଧି ରଖିଥିଲେ।

ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସଷ୍ଟି କରିଛି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେପଟେ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡମାରିଥିଲେ ଗ୍ରାମବାସୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ତ୍ରୀ ଓ ପୁଅକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଏଥିସହ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭଦ୍ରକ ମେଡିକାଲକୁ ପଠାଯାଇଛି।

Comments are closed.