Latest Odisha News

BREAKING NEWS

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ କରୁଛି ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର । ତାଙ୍କ ନାଁ ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ ଚାଲିଛି । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।

ଭୁବନେଶ୍ୱରରେ ୩ଟି, ବାଲେଶ୍ଵରର ୫ଟି ଓ ମୟୁରଭଞ୍ଜର ୩ଟି ସ୍ଥାନରେ ଏକକାଳୀନ ପଞ୍ଝା ମାରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ଜଣା ପଡିଛି ସନ୍ତୋଷ କୁମାର ଦାସଙ୍କର ଭୁବନେଶ୍ୱରରେ ଚାରି ମହଲା ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ, କଳିଙ୍ଗ ବିହାରରେ ଏକ ନିର୍ମାଣଧୀନ ଘର ରହିଛି ।

ସେହିପରି ବାଲେଶ୍ଵର ବାଗବୃନ୍ଦାବନରେ ୪ ମହଲା ଘର ରହିଛି । ବାଲେଶ୍ୱର ବାଲିଆପାଳରେ ଥିବା ପୈତୃକ ଘର, ସଦର ଅଞ୍ଚଳରେ ସମ୍ପର୍କୀୟଙ୍କ ଘର, ବାଲେଶ୍ଵର ଏଲଆଇସି କଲୋନୀରେ ସମ୍ପର୍କୀୟଙ୍କ ଭଡା ଘର, ବାଲେଶ୍ଵର ବାଲିଆପାଳରେ ସମ୍ପର୍କୀୟଙ୍କ ଘରେ ବି ରେଡ୍ ହୋଇଛି ।

ଏଥିସହ ସନ୍ତୋଷ କୁମାର ଦାସଙ୍କ  ବାରିପଦା ଭଞ୍ଜପୁରରେ ଭଡାଘର,  ବାରିପଦା ଆଇଟିଡିଏ ଅଫିସ ଓ ମୟୁରଭଞ୍ଜ ବିସିଙ୍ଗାରେ ପୁଅର ଭଡା ଘରେ ବି ରେଡ୍ ହୋଇଛି । ସନ୍ତୋଷ ଦାସ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାର ହିସାବ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.