ସାଧାରଣତଃ ଅନେକ ପର୍ଯ୍ୟଟନସ୍ଥଳୀରେ ମାଙ୍କଡ଼କୁ ଦେଖିବାକୁ ମିଳିଥାଏ । ସେମାନେ ସହଜରେ ଲୋକଙ୍କ ସହିତ ମିଶନ୍ତି । ପର୍ଯ୍ୟଟକ ଯାହା ଖାଇବାକୁ ଦିଅନ୍ତି ଆଗ୍ରହର ସହ ହାତରୁ ଆସି ନିଅନ୍ତି । ଏପରି ଦୃଶ୍ୟ ତ ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ମାଙ୍କଡ଼ ଏକ ଶିଶୁକୁ ଆକ୍ରମଣ କରୁଛି । ଏହାକୁ ଦେଖିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, କୌଣସି ଏକ ପର୍ଯ୍ୟଟନସ୍ଥଳୀରେ ଲୋକେ ବୁଲୁଛନ୍ତି । ସେଥିମଧ୍ୟରୁ ଜଣେ ମହିଳା ନିଜ ଶିଶୁକୁ ଏକ ଷ୍ଟୋଲରରେ ନେଇକି ଯାଉଛନ୍ତି । ଷ୍ଟୋଲରର ଆଗରେ ଶିଶୁ ବସିଥିବା ବେଳେ ପଛରେ ସେ ତାଙ୍କର ହ୍ୟାଣ୍ଡ ବ୍ୟାଗ ରଖିଥିଲେ । ଏହି ସମୟରେ ଏକ ମାଙ୍କଡ଼ ଧୀରେ ଧୀରେ ତାଙ୍କ ପାଖକୁ ଆସୁଛି । ମାଙ୍କଡ଼କୁ ଦେଖି ମହିଳା ଜଣକ କିଛି ସମୟ ଅଟକି ଯାଉଛନ୍ତି । ମାଙ୍କଡ଼ଟି ପାଖକୁ ଆସି ମହିଳାଙ୍କ ନାଲି ରଙ୍ଗର ବ୍ୟାଗ ନେବାକୁ ଚେଷ୍ଟା କରୁଛି । ମହିଳା ଜଣକ ବିରୋଧ କରିବାରୁ ମାଙ୍କଡ଼ଟି ରାଗିଯାଇ ଶିଶୁଟିର ଚୁଟି ଭିଡ଼ିବା ସହ ଆକ୍ରମଣ କରୁଛି । ଫଳରେ ଶିଶୁଟି ଜୋରରେ କାନ୍ଦିବାକୁ ଲାଗୁଛି । ଏହା ଦେଖି ସେଠାରେ ଥିବା ଅନ୍ୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଥିବା ବେଳେ ଶିଶୁଟିକୁ ପଶୁ ନିକଟକୁ ନେଇଥିବାରୁ ମହିଳାଙ୍କୁ ଅନେକ ସମାଲୋଚନା କରିଛନ୍ତି ।
Comments are closed.