Latest Odisha News

BREAKING NEWS

ଏୟାରପୋର୍ଟରୁ ଜବତ ଜୀବଜନ୍ତୁଙ୍କ ନୂଆସ୍ଥାନ ନନ୍ଦନକାନନ

ଭୁବନେଶ୍ଵର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । କୁନି କୁନି ସାପ, କଇଁଛ, ଗୋଧିଙ୍କ ପାଇଁ ଏବେ ନୁଆ ସ୍ଥାନ ପାଲଟିଲା ନନ୍ଦନକାନନ । ତେବେ କହିରଖୁଛୁ ଯେ ଏହି ସମସ୍ତ ଜୀବଜନ୍ତୁଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ କରିଥିଲା କଷ୍ଟମ ବିଭାଗ । ଏହାପରେ ଉକ୍ତ ଜୀବଜନ୍ତୁଙ୍କୁ ନନ୍ଦନକାନନରେ ଛାଡିଛି ବିଭାଗ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ।

ସୂଚନା ଅନୁସାରେ, ଗତ ଶନିବାର ଭୁବନେଶ୍ବର ଏୟାରପୋର୍ଟରୁ ଅନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଥିଲା କଷ୍ଟମ ବିଭାଗ । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ। ୨୬ ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚାଲାଣ କରୁଥିବା ତାମିଲନାଡୁର ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବନବିଭାଗ ମଧ୍ୟ ତାର ଛାନ୍ଭିନ୍ ଜାରି ରଖିଛି । ସେପଟେ ଉଦ୍ଧାର ଜୀବଜନ୍ତୁଙ୍କୁ ନନ୍ଦନକାନନକୁ ଅଣାଯାଇଛି । ୭ଟି କାଲିଫର୍ଣ୍ଣିଆ କିଙ୍ଗ ସ୍ନେକ, ୨ଟି କାଲିଫର୍ଣ୍ଣିଆ ଆଲବିନା ସ୍ନେକ, ୧୦ଟି ପିଗ୍ ନୋସେଡ କଇଁଛ ଓ ୭ଟି ନାଇଲ ମନିଟର ଗୋଧି ସମେତ ମୋଟ ୨୬ଟି ଜୀବଜନ୍ତୁଙ୍କୁ ନନ୍ଦନକାନନରେ ଛଡାଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇ ସଂଗରୋଧ ଗୃହରେ ରଖାଯାଇଛି ।

Comments are closed.