Latest Odisha News

BREAKING NEWS

ପାକିସ୍ତାନରେ ପୁଣି କ୍ଷମତା ପରିବର୍ତ୍ତନ !

ନୂଆଦିଲ୍ଲୀ: ଭାରତଠୁ ମାତ୍ ଖାଇବା ପରେ ପାକିସ୍ତାନରେ ସ୍ଥିତି ଆଉଟ୍ ଅଫ କଣ୍ଟ୍ରୋଲ । ଅପରେସନ୍ ସିନ୍ଦୂରର ୪ଦିନରେ ହିଁ ପାକିସ୍ତାନ ଭାରତ ଆଗରେ ଆଣ୍ଠେଇଥିଲା । ଭାରତଠାରୁ ହାରିବା ପରେ ପାକିସ୍ତାନର ସେନାମୁଖ୍ୟ ଅସିମ ମୁନିରଙ୍କୁ ଫିଲଡ ମାର୍ସଲ ପଦକୁ ପ୍ରମୋସନ ମିଳିବା ଭିନ୍ନ ଦିଗକୁ ସଂକେତ କରୁଛି। ପାକିସ୍ତାନ ଇତିହାସରେ ଦ୍ବିତୀୟ ସେନା ମୁଖ୍ୟ ଭାବେ ଫିଲଡ ମାର୍ସଲ ହୋଇଛନ୍ତି ମୁନିର । ଏହାପୂର୍ବରୁ ଫିଲଡ ମାର୍ସଲ ହୋଇଥିବା ସେନା ମୁଖ୍ୟ ଆୟୁବ ଖାନ୍ ଏକଛତ୍ରବାଦୀ ଶାସନ ଆରମ୍ଭ କରିଦେଇଥିଲେ । ତେଣୁ ପ୍ରଶ୍ନ ଉଠୁଛି, ପୁଣି ଥରେ ପାକିସ୍ତାନ ସାମରିକ ଏକଛତ୍ରବାଦ ଶାସନ ଆଡକୁ ମୁହାଁଉଛି କି? ଅସିମ ମୁନିରଙ୍କୁ ପଦୋନ୍ନତି ପଛରେ ପାକିସ୍ତାନରେ କ୍ଷମତା ବଦଳର ନୂଆ କାହାଣୀ ଲେଖାଯାଉଛି କି?

କାହିଁକି ମୁନିରଙ୍କୁ ଫିଲଡ ମାର୍ସଲ ନିଷ୍ପତି?

ପାକିସ୍ତାନ ସରକାର ସେନା ମୁଖ୍ୟ ଅସିମ ମୁନିରଙ୍କୁ ଫିଲଡ ମାର୍ସଲ କରିବାକୁ ନିଷ୍ପତି ନେଇଛନ୍ତି । ଏହାସହ ଏୟାର ଚିଫ୍ ମାର୍ସଲ ଜହିର ଅହମ୍ମଦ ବାବର ସିଦ୍ଧୁଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ହେବା ପରେ ମଧ୍ୟ ତାଙ୍କୁ ପାକିସ୍ତାନ ବାୟୁସେନାର ମୁଖ୍ୟ ପଦରେ ରଖିବାକୁ ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜରେ ମୁନିରଙ୍କୁ ତାଙ୍କ ସାହାସିକ ନେତୃତ୍ବ, ରଣନୀତି ଓ ଭାରତ ବିରୋଧରେ ହୋଇଥିଲା ସେନା ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ପଦୋନ୍ନତି ଦିଆଯାଇଥିବା କୁହାଯାଇଛି । ତେବେ ପାକିସ୍ତାନ ସରକାରଙ୍କ ଏହି ନିଷ୍ପତିକୁ ସେଠାକାର ସାମ୍ବାଦିକ ବି ବିରୋଧ କରିଛନ୍ତି । ପାକିସ୍ତାନୀ ସେନା ଭାରତର କୌଣସି ବି ସେନା ଠିକଣାରେ ଆକ୍ରମଣ କରିବାରେ ସଫଳ ହୋଇପାରିନି। ପାକିସ୍ତାନର ପରାଜୟ ପାଇଁ ମୁନିରଙ୍କୁ ପଦୋନ୍ନତି ଦିଆଯାଉଛି । ଏଥିରୁ ଶହବାଜ ସରିଫ ପାକିସ୍ତାନୀ ସେନା ଓ ଜେନରାଲଙ୍କ ହାତରେ କଣ୍ଢେଇ ସାଜିଥିବା ପାକିସ୍ତାନର ବରିଷ୍ଠ ସାମ୍ବାଦିକ ମୋଇଦ ପୀରଜାଦା କହିଛନ୍ତି ।

ପୁଣି କ୍ଷମତା ପରିବର୍ତ୍ତନର ପୁରୁଣା କାହାଣୀ !

ନିଜ ପଦୋନ୍ନତି କରାଇ, ପାକିସ୍ତାନରେ କ୍ଷମତା ସମୀକରଣ ବଦଳାଇବାକୁ ଯାଉଛନ୍ତି କି ଅସିମ ମୁନିର? ପାକିସ୍ତାନରେ କ୍ଷମତା ପରିବର୍ତ୍ତନର ଏହି କାହାଣୀ ନୂଆ ନୁହେଁ । ପୂର୍ବରୁ ୪ଥର ଏଭଳି ଘଟଣା ସାମନାକୁ ଆସିଛି । ୧୯୫୩-୫୪ରେ ଗଭର୍ଣ୍ଣର ଜେନେରାଲ ଗୁଲାମ ମହମ୍ମଦ ପ୍ରଧାନମନ୍ତ୍ରୀ ଖ୍ବାଜା ନଜିମୁଦ୍ଦିନ ସରକାରଙ୍କୁ ବରଖାସ୍ତ କରି ଦେଇଥିଲେ । ଦ୍ବିତୀୟ କ୍ଷମତା ପରିବର୍ତ୍ତନ ୧୯୫୮ରେ ହୋଇଥିଲା । ସେତେବେଳେ ରାଷ୍ଟ୍ରପତି ମେଜର ଜେନେରାଲ ଇସ୍କନ୍ଦର ଅଲ୍ଲୀ ମିର୍ଜା ପାକିସ୍ତାନର ସମ୍ବିଧାନ ସଭା ଓ ତତ୍କାଳୀନ ଫିରୋଜ ଖାନ୍ ନୂର ସରକାରଙ୍କୁ ବରଖାସ୍ତ କରିଥିଲେ । ୧୯୭୭ରେ ସେନା ମୁଖ୍ୟ ଜେନେରାଲ ଜିଆଉଲ ହକଙ୍କ ନେତୃତ୍ବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲ୍ଲୀ ଭୁଟୋଙ୍କ ସରକାର ଭାଙ୍ଗିଥିଲା । ଚତୁର୍ଥ ଥର ପାଇଁ କ୍ଷମତା ପରିବର୍ତ୍ତନ କରିଥିଲେ ସେନା ମୁଖ୍ୟ ଜେନେରାଲ ପରଭେଜ ମୁଶରଫ ।

ପଦୋନ୍ନତି ପଛରେ ବଡ଼ ପ୍ଲାନ୍ !

ଅସିମ ମୁନିର ଫିଲଡ ମାର୍ସଲ ହେବା ତାଙ୍କ ପାଇଁ ସୁରକ୍ଷା କବଚ ନା ନୂଆ ଚାଲ୍? କୁହାଯାଉଛି, ପରଭେଜ ମୁଶରଫଙ୍କ ପରି ଅନ୍ତରୁ ରକ୍ଷା ପାଇବାକୁ ଏପରି ପ୍ଲାନ୍ କରିଛନ୍ତି ମୁନିର । ଯେପର୍ଯ୍ୟନ୍ତ ମୁଶରଫ ସେନା ମୁଖ୍ୟ ଥିଲେ, ସେପର୍ଯ୍ୟନ୍ତ ପାକିସ୍ତାନ ତାଙ୍କ ହାତମୁଠାରେ ଥିଲା । ତେବେ ସେନା ପଦ ଛାଡି ରାଜନୀତିକୁ ଆସିବା ପରଠୁ ମୁଶାରଫଙ୍କ ଖରାପ ସମୟ ଆରମ୍ଭ ହୋଇ ଯାଇଥିଲା। ଭାଗ୍ୟ ଏମିତି ଦିନ ଦେଖାଇଲା ଯେ, ଦିନେ ପାକିସ୍ତାନର ଶକ୍ତିଶାଳୀ ଏକଛତ୍ରବାଦୀ ଶାସକ ମୁଶାରଫଙ୍କୁ ଦେଶ ଛାଡିବାକୁ ପଡିଥିଲା । ଅସିମ ମୁନିର ବି ଜାଣିଛନ୍ତି ପଦ ଛାଡିବା ପରେ ତାଙ୍କ ସହ କିଛି ବି ହୋଇପାରେ । ସେଥିପାଇଁ ସେ ପଦରେ ଥିବା ବେଳେ ହିଁ ନିଜ ଅବସର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି । ଆୟୁବ ଖାନଙ୍କ ପରେ ଦ୍ବିତୀୟ ଫିଲଡ ମାର୍ସଲ ହୋଇଛନ୍ତି ଅସିମ ମୁନିର । ଫିଲଡ ମାର୍ସଲ ପଦକୁ ସୁରକ୍ଷା କବଚ ଭାବୁଛନ୍ତି ମୁନିର, ଯେଉଁଥି ପାଇଁ ସେ ସାରା ଜୀବନ ସୁରକ୍ଷିତ ରହିପାରିବେ । ତେବେ ଏହା ଭୁଲ ବି ପ୍ରମାଣିତ ହୋଇପାରେ ।

Comments are closed.