Latest Odisha News

BREAKING NEWS

ଅଧଘଣ୍ଟା ପାଇଁ ପ୍ରସାରିତ ହେବ ବିଗ୍ ବସ୍-୧୪ !

ନୂଆଦିଲ୍ଲୀ: ‘ବିଗ୍ ବସ୍-୧୪’ କେବଳ ଅଧ ଘଣ୍ଟା ପାଇଁ ପ୍ରସାରିତ ହେବ । ତେବେ ଏହା କେତେ ସତ କେତେ ମିଛ ଆସନ୍ତୁ ଜାଣିବା ।

ମାତ୍ର ଅଧଘଣ୍ଟା ପାଇଁ ଲୋକପ୍ରିୟ ରିୟାଲିଟି ସୋ ବିଗ୍ ବସ୍-୧୪ ପ୍ରସାରିତ ହେବା ନେଇ ଚର୍ଚ୍ଚା ହେଉଛି । ମାତ୍ର ଏହି ସୋ’ ର ଦର୍ଶକ ତଥା ପ୍ରଶଂସକଙ୍କ ପାଇଁ ଆମେ ଜଣାଇ ଦେବାକୁ ଚାହୁଁ ଯେ, ଏହା ଏକ ଗୁଜବ । ସୋ’ର ନିର୍ମାତାମାନେ ଏହି ଗୁଜବକୁ ଅସ୍ୱୀକାର କରିଛନ୍ତି ବୋଲି ରିପୋର୍ଟ ପ୍ରକାଶ।

ବିଗ୍ ବସ୍ ର ପ୍ରସାରଣ ସମୟ ମାତ୍ର ଅଧଘଣ୍ଟା ରହିଥିବା କଥା ଖବର ଅସତ୍ୟ ଅଟେ । ସୋମବାର ଠାରୁ ଶୁକ୍ରବାର ରାତି ୧୦.୩୦ ରେ ଏବଂ ଶନିବାର ଏବଂ ରବିବାର ରାତି ୯ ଟାରେ ଏହି ସୋ ୧ ଘଣ୍ଟା ପାଇଁ ପ୍ରସାରିତ ହେବ ବୋଲି କୁହାଯାଇଛି।

ଅକ୍ଟୋବର ୩ ରେ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ରିଆଲିଟି ସୋ ତାର ଗ୍ରାଣ୍ଡ ପ୍ରିମିୟର୍ ପାଇଁ ପ୍ରସ୍ତୁତ ହେଉଛି।

ଚଳିତ ବର୍ଷ ମାରାତ୍ମକ କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ପ୍ରତିଯୋଗୀମାନଙ୍କ ସୁରକ୍ଷା ନିମନ୍ତେ ‘ବିଗ୍ ବସ୍ ୧୪’ର ଘର ଭିତରେ ସାମାଜିକ ଦୂରତା ନିୟମ ଏବଂ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.