Latest Odisha News

BREAKING NEWS

ହାଥରସ ଗଣଦୁଷ୍କର୍ମ ନେଇ ପ୍ରତିକ୍ରିୟା ବ୍ୟକ୍ତ କଲେ ବଲିଉଡ ଅଭିନେତା, ଦୋଷୀକୁ ଫାଶୀ ଦଣ୍ଡ ମିଳୁ

ଲକ୍ଷ୍ନୌ: ହାଥରସ ଗଣଦୁର୍ଷର୍ମ ଘଟଣା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ୧୪ ସେପ୍ଟେମ୍ବରରେ କେତେକ ନୃଶଂସ ଓ କାମୁକ ବ୍ୟକ୍ତି ଏକ ନିରୀହ ଝିଅକୁ ଗଣଦୁଷ୍ମର୍ମ କରିଥିଲେ । ୧୫ ଦିନ ପର୍ଯ୍ୟନ୍ତ ଜୀବନ ସହ ସଂଘର୍ଷ କରିବା ପରେ ଏହି ଝିଅ ମୃତ୍ୟୁବରଣ କରିଛି । ଯାହାକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶମୁଖ, ଫରହାନ ଅଖତାର ଓ ଉର୍ମିଳା ମାତୋଣ୍ଡୋକର ସମେତ ଅନେକ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ।

ଅକ୍ଷୟ କୁମାର ନ୍ୟାୟ ବ୍ୟବସ୍ଥାରେ ପରିବର୍ତନ କରାଯାଇ ଦୋଷୀଙ୍କୁ ଫାଶୀ ଦେବା ପାଇଁ କହିଛନ୍ତି । ଏହା ଦ୍ୱାରା ପାପୀ ପାପ କଲା ବେଳେ ଶହେ ଥର ଚିନ୍ତା କରିବ । ଅପରାଧୀମାନେ ଦୁଷ୍କର୍ମ ପରେ ଝିଅଟିର ମେରୁଦଣ୍ଡ ଭାଙ୍ଗି ଦେବା ସହ ଜିଭ କାଟି ଦେଇଥିଲେ ।

Leave A Reply

Your email address will not be published.