Latest Odisha News

BREAKING NEWS

ଏନଫିଲ୍ଡ ଗାଡି ପ୍ରେମୀଙ୍କ ପାଇଁ ଖୁସିଖବର, ଏବେ ବାଇକକୁ ନିଜ ଇଛାନୁସାରେ ଦେଇପାରିବେ ଲୁକ୍

ଭୁବନେଶ୍ୱର: ରୟାଲ ଏନଫିଲ୍ଡ ଗାଡି ପାଇଁ ସୌକ ରଖୁଥିବା ଗ୍ରାହକଙ୍କ ଲାଗି ଖୁସୀଖବର | ଏହି ଗାଡିକୁ ନିଜ ପସନ୍ଦ ଅନୁସାରେ ଲୁକ୍ ଦେେଇପାାରିବେ। ଏଥିପାଇଁ କମ୍ପାନୀ ଅନଲାଇନ କଂଫିର୍ଗେଟର ଲଞ୍ଚକରିଛି |

ଲଞ୍ଚ କରାଯାଇଥିବା ଏହି ଅନଲାଇନ କଂଫିର୍ଗେଟରରେ କମ୍ପାନୀ ନିଜର ବିସ୍ତୃତ ରେଞ୍ଜର ବାଇକକୁ ସାମିଲ କରିଛି। ଯେମିତିକି ଇଣ୍ଟରସେପ୍ଟର ୬୫୦, କଣ୍ଟିନେଣ୍ଟଲ ଜିଟି ୬୫୦, କ୍ଲାସିକ ରେଞ୍ଜର ଗାଡ଼ିଗୁଡିକ ସାମିଲ |

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏଥିରେ କମ୍ପାନୀ ନିଜର ଥଣ୍ଡରବାର୍ଡ ଓ ବୁଲେଟ ଆଦି ମଡେଲ ସାମିଲ କରାଯିବା ସମ୍ଭାବନା ରହିଛି | କମ୍ପାନୀ ବର୍ତମାନ ବାଇକ କଷ୍ଟମାଇଜେସନ ପ୍ରୋଗ୍ରାମ ଆରମ୍ଭ କରିଛି | ତେଣୁ କମ୍ପାନୀ ନିଜର ଅଫିସିଆଲ ୱେବ୍ସସାଇଟରେ ଏହି ଅନଲାଇନ କଂଫିରଗ୍ରେଟର ଲଞ୍ଚ କରିଛି |

ସବୁଠୁ ଖୁସିର କଥା ଗ୍ରାହକ ଗାଡି କିଣିଲା ପୂର୍ବରୁ ତାର ନିଜ ମନପସନ୍ଦ ଲୁକ ନିଜେ ଡିଜାଇନ କରିପାରିବ | ଗାଡି କିଣିଲା ପୂର୍ବରୁ କିପରି ଦେଖାଯାଉଛି ତାହା ସେ ନିଜେ କରିକି ଦେଖିପାରିବ | ଦେଶର ୬ଟି ସହରର ୧୪୧ ଆଉଟଲେଟରେ ଏହାକୁ ଉପଲବ୍ଧ କରିବ କମ୍ପାନୀ |

ଏଥିରେ ଦିଲ୍ଲୀ ଏନସିଆର, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଓ ପୁନଣ ସାମିଲ ଅଛି | ଏହାପରେ ଗ୍ରାହକଙ୍କ ମତାମତ ଓ ପ୍ରତିକ୍ରିୟା ପରେ କମ୍ପାନୀ ଏହାକୁ ଅନ୍ୟ ସହରରେ ଆରମ୍ଭ କରିବ |

Leave A Reply

Your email address will not be published.