Latest Odisha News

BREAKING NEWS

ରୁଷଠୁ ତେଲ ନକିଣି ୟୁରୋପୀୟ ଦେଶର ଗାଡ଼ି ଆଗକୁ ଗଡ଼ି ପାରିବ ?

ନୂଆଦିଲ୍ଲୀ: ଗତ ସପ୍ତାହରେ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛି ଆଗାମୀ ୬ ମାସ ମଧ୍ୟରେ ରୁଷର ତେଲ ଉପରେ ଆଉ ନିର୍ଭର କରିବ ନାହିଁ । ୟୁରୋପୀୟ ସଂଘର କାର୍ଯ୍ୟନିର୍ବାହୀ କମିସନ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏପରି କରି ୟୁରୋପ ରୁଷକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଚାହୁଁଛି। ଯାହା ଆମେରିକାର ମଧ୍ୟ ଉଦ୍ଦେଶ୍ୟ ରହିଛି। କିନ୍ତୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅଶୋଧିତ ତେଲ ଉତ୍ପାଦନକାରୀ ଦେଶ ପାଖରୁ ୟୁରୋପ ତେଲ ନକିଣି ନିଜିର ଚାହିଦା କିପରି ପୂରଣ କରିବ ? ଆମେରିକା ସମେତ ଓପେକ ଦେଶ ସାରା ବିଶ୍ୱର ଚାହିଦା ପୂରଣ କରିପାରିବ ତ?

ୟୁରୋପ ରୁଷିଆର ଅଶୋଧିତ ତୈଳର ସବୁଠାରୁ ବଡ଼ ରପ୍ତାନିକାରୀ ଦେଶ। ବିପି ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ୍ ଦି ଓ୍ୱାର୍ଲ୍ଡ ଏନର୍ଜିର ରିପୋର୍ଟ ଅନୁୟାୟୀ, ୨୦୨୦ରେ ରୁଷିଆ ୨୬୦ ନିୟୁତ ଟନ୍ ଅଶୋଧିତ ତେଲ ରପ୍ତାନି କରିଥିବା ବେଳେ ସେଥିରୁ ୧୩୮ ନିୟୁତ ଟନ୍ ଅର୍ଥାତ୍ ୫୩ ପ୍ରତିଶତ ଅଶୋଧିତ ତୈଳ ୟୁରୋପକୁ ଆସିଥିଲା। ୟୁରୋପରେ ବ୍ୟବହାର ହେଉଥିବା ସମସ୍ତ ଅଶୋଧିତ ତୈଳ ଆମଦାନୀ ହୋଇଥାଏ। କେବଳ ରୁଷିଆ ହିଁ ଆମଦାନୀ କରୁଥିବା ତୈଳର ଏକ ଚତୁର୍ଥାଂଶ ଆମଦାନୀ କରିଥାଏ।

ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି (ଆଇଇଏ) ଅନୁସାରେ ୟୁରୋପୀୟ ସଂଘ ଯୁଦ୍ଧ ପୂର୍ବରୁ ପ୍ରତିଦିନ ୨.୨ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଏବଂ ୧.୨ ନିୟୁତ ବ୍ୟାରେଲ ବିଶୋଧିତ ତୈଳ ଆମଦାନୀ କରୁଥିଲା।  ଏବେ ଋଷ ପରିବର୍ତ୍ତେ ଆମେରିକା ଓ ଆଫ୍ରିକାରୁ ତେଲ କିଣିବା ପାଇଁ ୟୁରୋପ ପାଖରେ ବିକଳ୍ପ ରହିଛି। ତେବେ ୟୁରୋପ ଇସାଲିମିକ ଦେଶ ବା ଓପେକ ଦେଶ ପାଖରୁ ମଧ୍ୟ ତେଲ କିଣିପାରିବ। କିନ୍ତୁ ଓପେକ ଦେଶ ସାଧାରଣତଃ ମୋଟ ଉତ୍ପାଦନର ଅଧିକାଂଶ ତେଲ ଏସିଆକୁ ରପ୍ତାନୀ କରିଥାଏ। କିନ୍ତୁ ଏବେ ସାରା ବିଶ୍ୱର ଦୃଶ୍ୟପଟ୍ଟ ବଦଳିବା ପରେ ୟୁରୋପୀୟ ଦେଶ ରୁଷ ସହ ସମ୍ପର୍କ ଛିନ୍ନ କରି ଆଗକୁ ବଢିପାରିବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।

ମିଳିଥିବା ସୂଚନା ଅନୁଯାୟୀ ୟୁରୋପ ରୁଷ ପାଖରୁ ୨୪.୮ ପ୍ରତିଶତ ତେଲ ଆମଦାନୀ କରିଥାଏ । ନରଓ୍ୱେରୁ ୯.୪ ପ୍ରତିଶତ, ଆମେରିକାରୁ ୮.୮ ପ୍ରତିଶତ, ଲିବିଆରୁ ୮.୨ ପ୍ରତିଶତ, କାଜାକିସ୍ତାନରୁ ୮.୦ ପ୍ରତିଶତ, ନାଇଜେରିଆରୁ ୭.୧ ପ୍ରତିଶତ, ଇରାକରୁ ୬.୬ ପ୍ରତିଶତ, ବ୍ରିଟେନ ୫.୫ ପ୍ରତିଶତ, ସାଇଦି ଆରବରୁ ୫.୫ ପ୍ରତିଶତ ଏବଂ ଅନ୍ୟାନ୍ୟ ଦେଶରୁ ୧୬.୯ ପ୍ରତିଶତ ତେଲ କିଣିଥାଏ।

Leave A Reply

Your email address will not be published.