Latest Odisha News

ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ରାଧାରାଣୀ ପଣ୍ଡା ବିଧାୟିକା ପ୍ରାର୍ଥୀ ବୋଲି ବିଜେପି ଘୋଷଣା କରିଛି । କେନ୍ଦ୍ର ବିଜେପି ଏହି ଘୋଷଣା କରିବାର ୨୪ ଘଣ୍ଟା ଭିତରେ ଜିଲ୍ଲା ବିଜେପି ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହିତ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଜିଲ୍ଲାର ସଂଗଠନ ସହିତ ଦଳୀୟ କର୍ମୀଙ୍କୁ ଏକାଠି କରି ରଖିବା ମୋର ଦାୟିତ୍ୱ ଥିଲା। କିନ୍ତୁ ଜିଲ୍ଲା ବିଜେପିର ଯେଉଁ ସ୍ଥିତି ରହିଛି ତାକୁ ପୂରଣ କରିବାରେ ସେ ବିଫଳ ହୋଇଛନ୍ତି । ତେଣୁ ସେ ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ଜିଲ୍ଲା ବିଜେପି ଏବଂ ବ୍ରଜରାଜନଗର ବିଜେପି ମୁରବୀ ଶୂନ୍ୟ ରହିଛି। ଦୀର୍ଘ ୨୫ ବର୍ଷ ଧରି ସେ ବିଜେପି ସହିତ ରହିଛନ୍ତି । ଏହି ସମୟରେ ବ୍ଲକ ସଭାପତି, ରାଜ୍ୟ କିଷାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭଳି ପଦରେ ରହିଛନ୍ତି।

Leave A Reply

Your email address will not be published.