Latest Odisha News

BREAKING NEWS

ମେନ୍ ଇନ୍ ବ୍ଲୁ’ ପାଇବ ନୂଆ ଗାର୍ଡିଆନ୍ !

ଭୁବନେଶ୍ବର : ଦିନିକିଆ ହେଉ କି ଟି-୨୦, ସବୁଥିରେ ନିଜର ଆକ୍ରମଣାତ୍ମକ ଅନ୍ଦାଜ ଓ ଉତ୍ତମ ବୁଝାମଣା ପାଇଁ ବେଶ୍ ପରିଚିତ ଗୌତମ ଗମ୍ଭୀର । ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ କୋଲକାତା ନାଇଟ୍ ରାଇଡର୍ସ ଭଳି ଆଇପିଏଲ ଟିମକୁ ଶୂନରୁ ଶୀର୍ଷରେ ପହଞ୍ଚାଇବାରେ ବଡ଼ ଭୂମିକା ତୁଲାଇଛନ୍ତି ଟିମ୍ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର । ଯଦିଓ ତାଙ୍କର ରୋକଠୋକ୍ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସେନାହିଁ । କିନ୍ତୁ ବାସ୍ତବରେ ତାଙ୍କ ସ୍ପଷ୍ଟବାଦିତାରେ ରହିଛି ଦମ୍ । ତାଙ୍କର ଏହି ଅନ୍ଦାଜ ପାଇଁ ଏବେ ବିସିସିଆଇ ଦେଇଛି ବଡ଼ ଅଫର । ଚର୍ଚ୍ଚା ହେଉଛି, ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର କୋଚ୍ କରିବା ପାଇଁ ପୂରା ଦମ୍ ଲଗାଇ ଦେଇଛି ବୋର୍ଡ । ତେବେ କାହିଁକି ଟିମ୍ ଇଣ୍ଡିଆର କୋଚ୍ ଦୌଡ଼ରେ ଆସିଲା ଗମ୍ଭୀରଙ୍କ ନାଁ? ପୁଣିଥରେ ଜଣେ ଭାରତୀୟଙ୍କୁ କୋଚ୍ କରିବାକୁ ଚାହୁଁଛି କି ବିସିସିଆଇ? ଯଦି ବୋର୍ଡ ଗମ୍ଭୀରଙ୍କୁ ପରବର୍ତ୍ତୀ କୋଚ୍ କରିବାକୁ ଚାହୁଁଛି, ତାହେଲେ କଣ ରହିଛି ଏହା ପଛର କାରଣ?

କାରଣ ନମ୍ବର-

ନାଁ ଯେମିତି ଗମ୍ଭୀର, ନିଜେ ମଧ୍ୟ ଠିକ୍ ସେହିପରି । କିନ୍ତୁ କଥା କହିଲା ବେଳେ ରୋକଠୋକ୍ କୁହନ୍ତି । ନିଜ କଥା ରଖିବାରେ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ମନ ଭିତରେ ଥିବା ସବୁ କଥାକୁ ସିଧା ସିଧା କହିଦିଅନ୍ତି । କାହାକୁ ଖରାପ ଲାଗିବ କି ଭଲ ଲାଗିବ, ତାହା ତାଙ୍କୁ ଫରକ ପଡ଼େ ନାହିଁ । ଉଦାହରଣ ସ୍ୱରୁପ ଯଦି କୌଣସି ଖେଳାଳି ଭଲ ପ୍ରଦର୍ଶନ ନକରନ୍ତି, ତାହେଲେ ସିଧାସିଧା ଖେଳାଳିଙ୍କୁ କହିଦେବାର ସାହସ ରଖିଛନ୍ତି ଗମ୍ଭୀର । ଆଉ ଏହା ଜଣେ ଖେଳାଳିଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାରେ ସହାୟକ ବି ହୋଇଥାଏ।

କାରଣ ନମ୍ବର-

ବ୍ୟକ୍ତିଗତ ନୁହେଁ, ଟିମ୍‌କୁ ଗୁରୁତ୍ୱ ଦିଅନ୍ତି ଗୌତମ। ଦଶନ୍ଧି ଦଶନ୍ଧି ଧରି ବ୍ୟକ୍ତିଗତ ପ୍ରଦର୍ଶନକୁ ଗୁରୁତ୍ୱ ଦେଇଆସୁଛି ଭାରତ । କିନ୍ତୁ ଏସବୁକୁ ଆଦୌ ପସନ୍ଦ କରନ୍ତିନି ଗମ୍ଭୀର । ସବୁବେଳେ କୁହନ୍ତି, ଗୋଟିଏ ଟିମ୍ ଜିତିବା ପଛରେ ରହିଛି ସବୁ ଖେଳାଳିଙ୍କ ଅକ୍ଳାନ୍ତ ପରିଶ୍ରମ । ଯଦି ଗମ୍ଭୀର କୋଚ୍ ହୁଅନ୍ତି, ତାହେଲେ ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ପୂରା ଟିମର ପ୍ରଦର୍ଶନ ଉପରେ ଫୋକସ କରିବେ । ଯଦି କୌଣସି ଖେଳାଳି ଭଲ ପ୍ରଦର୍ଶନ କଲେ ନାହିଁ, ତାହେଲେ ସେହି ଖେଳାଳିଙ୍କୁ ତୁରନ୍ତୁ ଟିମରୁ ବିଦା କରିବାର ସାମର୍ଥ୍ୟ ମଧ୍ୟ ରଖିଛନ୍ତି ଗମ୍ଭୀର । ଟିମରୁ ବିଦା ହେବା ଭୟରେ ଜଣେ ଭଲ ପ୍ରଦର୍ଶନ କରିବାକୁ ସବୁବେଳେ ପ୍ରୟାସ କରିବ ।

କାରଣ ନମ୍ବର-

ଭାରତ ପାଇଁ ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲେ ଗମ୍ଭୀର। ଆଉ ବଡ଼ କଥା ହେଉଛି ଏହି ଦୁଇଟି ଯାକ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଦମଦାର ଇନିଂସ ମଧ୍ୟ ଖେଳିଥିଲେ। ତେଣୁ ବଡ଼ ମ୍ୟାଚର ଚାପକୁ କିପରି ସାମ୍ନା କରିବାକୁ ହୁଏ, ତାକୁ ଭଲ ଭାବେ ଜାଣନ୍ତି ଗମ୍ଭୀର । ୨୦୧୧ ପରଠାରୁ ଭାରତ କୌଣସି ବିଶ୍ୱକପ୍ ଟ୍ରଫି ଜିତିପାରିନାହିଁ । କେତେବେଳେ ସେମିଫାଇନାଲ ତ କେତେବେଳେ ଫାଇନାଲରେ ପରାଜିତ ହୋଇଛି । ହେଲେ ଗମ୍ଭୀରଙ୍କ ପାଖରେ ଏହି ଚାପର ମୁକାବିଲା କରିବାର ପୂରା ଅଭିଜ୍ଞତା ରହିଛି। ଏହାବ୍ୟତୀତ ତାଙ୍କ ନେତୃତ୍ୱରେ କେକେଆର ଦୁଇଥର ଆଇପିଏଲ୍ ଟ୍ରଫି ବି ଜିତିଛି ।

Leave A Reply

Your email address will not be published.