Latest Odisha News

BREAKING NEWS

ଶାହାରୁଖ ଖାଁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ଅସୁସ୍ଥତାର କାରଣରୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆଇପିଏଲ ପ୍ଲେ ଅଫ ମ୍ୟାଚ ଅବସରରେ ଅତ୍ୟଧିକ ଗରମ ଯୋଗୁ ସେ ଅସୁସ୍ଥ ହୋଇ ପଡିଲେ । ଏହି ଘଟଣା ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ କେଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ସେ ସୁସ୍ଥ ଅଛନ୍ତି । ଚଳିତ ଆଇପିଏଲରେ ଶାହାରୁଖଙ୍କ କେକେଆର ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ରାଜସ୍ଥାନ ରୟାଲ୍ସ ଏବଂ ଆରସିବି ଟିମ ମଧ୍ୟରେ ହେବାକୁ ଏଲିମିନେଟର ମ୍ୟାଚର ବିଜେତା ପରେ ସନରାଇଜର୍ସକୁ ଭେଟିବ । ଏହି ମୁକାବିଲାର ବିଜୟୀ ଦଳ ଫାଇନାଲରେ କେକେଆରକୁ ସାମ୍ନା କରିବ ।

କେକେଆର ଓ ହାଇଦ୍ରାବାଦ ମ୍ୟାଚକୁ ଉପଭୋଗ କରିବା ପାଇଁ ଶାହାରୁଖ ଆସିଥିଲେ । ତାଙ୍କ ସହିତ ଝିଅ ସୁହାନା, ପୁତ୍ର ଅବରାମ ଏବଂ ଅନନ୍ୟା ଓ ଶାନାୟା ମଧ୍ୟ ଉପସ୍ଥିତ ଥିଲେ । ପଠାନ, ଜୱାନ ଓ ଡଙ୍କି ଫିଲ୍ମ ହିଟ ହେବା ପରେ ଏବେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏଥିରେ ସେ ଏକ ଡନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.