Latest Odisha News

BREAKING NEWS

ମମତା ଦିଦିଙ୍କୁ ବଡ ଝଟକା, ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧୧ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।

ଏକ ଆବେଦନର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧୧ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ଆଜି ଏକ ଆବେଦନର ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା। ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ।

ହାଇକୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ବିଜେପି ନେତା ଅମିତ ମାଲଭିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ରାଜନୀତିକୁ ଆଉ ଏକ ଝଟକା ଲାଗିଛି। ଓବିସି ଉପ-ବର୍ଗରେ ମୁସଲମାନମାନଙ୍କ ସଂରକ୍ଷଣକୁ କଲିକତା ହାଇକୋର୍ଟ ଶେଷ କରିଛନ୍ତି। ଏହା ସହିତ ହାଇକୋର୍ଟ ୨୦୧୦ ରୁ ୨୦୨୪ ମଧ୍ୟରେ ଦିଆଯାଇଥିବା ସମସ୍ତ ଓବିସି ପ୍ରମାଣପତ୍ରକୁ ମଧ୍ୟ ବାତିଲ କରିଛନ୍ତି । ଏହି ଅବଧି ମଧ୍ୟରେ, ଯେଉଁମାନେ ଚାକିରିରେ ନିଯୁକ୍ତ ହୋଇଛନ୍ତି ଯଦି ସେମାନେ ନିଜର ଚାକିରୀ ବଜାୟ ରଖିବାରେ ସଫଳ ହୁଅନ୍ତି, ତେବେ ସେମାନେ ଅନ୍ୟ କୌଣସି ସୁବିଧା ପାଇବାକୁ ଯୋଗ୍ୟ ହେବେ ନାହିଁ ।

 

 

Leave A Reply

Your email address will not be published.