Latest Odisha News

ରାହୁଲଙ୍କ ଜୀଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ରାହୁଲଙ୍କ ଜୀଭ କାଟ, ପୁରସ୍କାର ନିଅ। ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ବିବୃତ୍ତିକୁ ନେଇ ବିଜେପି ବର୍ଷିଛି। ଏପରିକି ଦେଶରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଜଣେ ଶିବସେନା ବିଧାୟକ ରାହୁଲଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବାକୁ ପଛାଇ ନାହାଁନ୍ତି। ଏପରିକି ରାହୁଲ ଗାନ୍ଧୀଙ୍କ ଜିଭ କାଟିଲେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବେ ବୋଲି ବିଧାୟକ ଘୋଷଣା କରିଛନ୍ତି।

ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ କହିଛନ୍ତି ଯେ ରାହୁଲ ସଂରକ୍ଷଣ ଶେଷ କରିବାକୁ କହି ଭୁଲ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ।

ରାହୁଲ ଯେତେବେଳେ ବିଦେଶରେ ଥିଲେ ସେତେବେଳେ ସେ କହିଥିଲେ ଯେ ସେ ଭାରତରେ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବାକୁ ଚାହୁଁଛନ୍ତି। ଏହା କଂଗ୍ରେସର ପ୍ରକୃତ ଚେହେରା ଦର୍ଶାଉଛି। ସେଥିପାଇଁ ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିବ ମୁଁ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଦେବି।

 

Comments are closed.