Latest Odisha News

BREAKING NEWS

ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ହେମନ୍ତ ସୋରେନ

ରାଞ୍ଚି: ହେମନ୍ତ ସୋରେନ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ମେଣ୍ଟ ଦଳର ନେତା ଭାବରେ ଚୟନ ହୋଇଛନ୍ତି।  ତେବେ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ସରକାରୀ ଘୋଷଣା ଖୁବ ଶୀଘ୍ର ହୋଇପାର‌େ।

ହେମନ୍ତ ସୋରେନଙ୍କ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଝାଡଖଣ୍ଡର କଂଗ୍ରେସ ଦାୟିତ୍ୱରେ ଥିବା ଗୁଲାମ ଅହମ୍ମଦ ମୀର ଏବଂ ରାଜ୍ୟ ସଭାପତି ରାଜେଶ ଠାକୁର ମଧ୍ୟ ଉପସ୍ଥିତ ଅଛନ୍ତି। ହେମନ୍ତ ସୋରେନଙ୍କ ସହ ଗୁଲାମ ଅହମ୍ମଦ ମୀର ଏବଂ ରାଜ୍ୟ ସଭାପତି ରାଜେଶ ଠାକୁରଙ୍କ ବୈଠକ ବେଳର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

ତେବେ ଜମି ଦୁର୍ନୀତି ମାମଲା ତଥା ଅର୍ଥ ହେରଫେର୍ ଅଭିଯୋଗରେ ଜାନୁଆରୀ ୩୧ରେ ଇଡି ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ଜାମିନରେ ଆସିବା ପରେ ସୋରେନ ପୁଣି ଥରେ ରାଜ୍ୟର ମୁଖିଆ ଦାୟିତ୍ୱ ସମ୍ଭାଳିବା ନେଇ ଚର୍ଚ୍ଚା ହେଉଛି। ଏହାସହ ଚମ୍ପାଇ ସୋରେନଙ୍କୁ ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିପାରେ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.