Latest Odisha News

BREAKING NEWS

ଆହୁରି ଭୟଙ୍କର ହେବ ଇରାନ-ଇସ୍ରାଏଲ ଯୁଦ୍ଧ, ଇରାନ ସମର୍ଥନରେ ବାହାରିଲେ ଚୀନ ଓ ରୁଷିଆ

ଆହୁରି ଭୟଙ୍କର ହେବ ଇରାନ-ଇସ୍ରାଏଲ ଯୁଦ୍ଧ । ତୃତୀୟ ବିଶ୍ବଯୁଦ୍ଧ ରୂପ ନେବ କି ଯୁଦ୍ଧ ? ଏମିତି ଆଶଙ୍କା ଦେଖାଦେଲାଣି..
ଇସ୍ରାଏଲ ସପକ୍ଷରେ ଆମେରିକା ବାହାରିଥିବା ବେଳେ, ଏବେ ଇରାନ ସପକ୍ଷରେ ବାହାରିଛନ୍ତି ଦୁଇ ଶକ୍ତି ରାଷ୍ଟ୍ର ଚୀନ ଓ ରୁଷିଆ । ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତିକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଟେଲିଫୋନରେ ହୋଇଛି ଆଲୋଚନା । ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ଏହି ଦୁଇ ଦେଶ…
ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲର ମିସାଇଲ ମାଡ଼କୁ ବିରୋଧ। ଏହାସହ ଇସ୍ରାଏଲ UN ଚାପ୍ଟର ଉଲ୍ଲଂଘନ କରୁଥିବା ହୋଇଛି ଅଭିଯୋଗ । ପୁତିନ ସିଧା ସିଧା କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣକୁ ସ୍ଥଗିତ ରଖୁ ନହେଲେ ସ୍ଥିତି ଭୟଙ୍କର ହେବ ।

ଅନ୍ୟପଟେ ଇରାନ-ଇସ୍ରାଏଲ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପୁତିନ ଆଗ୍ରହୀ ଥିବା କହିଛନ୍ତି। ଆମେରିକାକୁ ରୁଷିଆ ରାଷ୍ଟ୍ରପତି ପୁତିନ ମଧ୍ୟ ଦେଇଛନ୍ତି ଚେତାବନୀ।
ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ସେନା ହସ୍ତକ୍ଷେପକୁ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ କଲା ରୁଷିଆ… ଇରାନ ବିରୋଧରେ ଆମେରିକା ସେନା ପଠାଇଲେ ପରିସ୍ଥିତି ଭୟଙ୍କର ହେବ ବେଲି ସେ କହିଛନ୍ତି । ସେପଟେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜିନପିଙ୍ଗ । ଇରାନ ବି କହିଛି, ଯୁଦ୍ଧରେ ଯଦି ଆମେରିକା ହସ୍ତକ୍ଷେପ କରେ, ତେବେ ପରିଣାମ ଭୋଗିବ…
ଏହାରି ଭିତରେ ଆସନ୍ତାକାଲି ଇରାନର ବୈଦେଶିକ ମନ୍ତ୍ରୀ ୟୁରୋପ ଗସ୍ତରେ ଯାଉଛନ୍ତି । ସେପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କଟ୍‌ଜି, ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମନେଇଙ୍କୁ ଜଣେ ଆଧୁନିକ ହିଟ୍‌ଲର ବୋଲି କହିବା ସହ ଖୁବଶୀଘ୍ର ତାଙ୍କର ପତନ ହେବ ବୋଲି କହିଛନ୍ତି…

ଏସବୁ ଭିତରେ ଅଧିକ ଚିନ୍ତାଜନକ ହେଉଛି ଇରାନର ପରମାଣୁ କେନ୍ଦ୍ରକୁ ଇସ୍ରାଏଲ ଟାର୍ଗେଟ କରିବା । ଆରାକ ଓ ନାତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିଛି ଇସ୍ରାଏଲ ।
ଏନେଇ ଇରାନର ଆଣବିକ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିବା ସ୍ବୀକାର କରିଛି IDF…ପରମାଣୁ କେନ୍ଦ୍ରରୁ କୌଣସି ପ୍ରକାର ବିକିରଣ ହୋଇନଥିବା କୁହାଯାଉଛି । ମିସାଇଲ ଆଟାକ୍‌ ପରେ ସମ୍ପୃକ୍ତ ଅଞ୍ଚଳକୁ ଖାଲି କରାଯାଇଛି। ୪୦ଟି ଯୁଦ୍ଧ ବିମାନରୁ ୧୦୦ରୁ ଅଧିକ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇରାନର ପରମାଣୁ କେନ୍ଦ୍ର ଓ ସାମରିକସ୍ଥଳୀଗୁଡ଼ିକୁ ଟାର୍ଗେଟ କରାଯାଇଥିବା IDF କହିଛି…
ସେପଟେ ଇସ୍ରାଏଲ ଏକ ହସ୍ପିଟାଲ ଉପରେ ମିସାଇଲ ମାଡ଼ କରିଛି ଇରାନ…
ସୁରୁକା ହସ୍ପିଟାଲ ଉପରେ ୨ଟି ମିସାଇଲ ମାଡ଼ ହୋଇଛି…

Comments are closed.