Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ବୟାନ ଦେଇ ଫସିଲେ ଓୱେସୀ :ପୁରୀ ଥାନାରେ ମାମଲା

ପୁରୀ  : ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୋଧରେ ପୁରୀ ଥାନାରେ ଏତଲା । ଜଗନ୍ନାଥ ମନ୍ଦିରକୁ ନେଇ ୱେବେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ସିଂହଦ୍ୱାର ଥାନାରେ ଓୱେସୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ଓୱେସୀଙ୍କ ବୟାନକୁ ଉଭୟ ନିନ୍ଦା କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ୱେବେସୀ କହିଥିଲେ ପୂର୍ବରୁ ଜଗନ୍ନାଥଙ୍କ ମନ୍ଦିର ହୋଇଥିବା ସ୍ଥାନ ବୌଦ୍ଧସ୍ଥଳୀ ଥିଲା ବୋଲି ସେ କହିଥିଲେ । ପରେ ତାକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି ହୋଇଥିବା ସେ କହିଥିଲେ । ଓୱେସୀଙ୍କ ଏପରି ବୟାନ ଦଙ୍ଗା ଭଳି ପରିସ୍ଥିତି ଉପୁଜାଇପାରେ ବୋଲି ଦୁଇ ସଂଗଠନ କହିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଜ୍ଞାନ ନଥିବା ତଥା ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ଓୱେସୀ ଯେଭଳି ଜଗନ୍ନାଥ ମନ୍ଦିର ନିର୍ମାଣ ଉପରେ ବିବାଦୀୟ ଟିପ୍ପଣୀ ରଖିଛନ୍ତି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।  ଜଣେ ସାଂସଦ ହୋଇ ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି ତାହା ଅତ୍ୟନ୍ତ ବିପଦଜନକ ।

ତୁରନ୍ତ ସାଂସଦ ଅସଦୁଦିନ ଓୱେସୀଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ନେଇ ଗିରଫ ନକଲେ ଅଗାମୀ ଦିନ ଜଗନ୍ନାଥ ପ୍ରେମୀ ରାଜ ରାସ୍ତାକୁ ଆସି

ବିରାଟ ଆନ୍ଦୋଳନ କରାଯିବ ।

rame>

Leave A Reply

Your email address will not be published.