ନୂଆଦିଲ୍ଲୀ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅବସର ନେଇଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚାରେ ରହୁଥିବା ସତ୍ୟପାଲ ମଲ୍ଲିକଙ୍କର କାର୍ଯ୍ୟକାଳ ସରିଛି । ଆଜିଠାରୁ ସେ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି । ଆସନ୍ତାକାଲି ସେ କୃଷକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ପଦରେ ଥିବାରୁ ସେ ଖୋଲାଖୋଲି ବକ୍ତବ୍ୟ ଦେଇପାରୁନଥିଲେ । ତେବେ ସେ ସକ୍ରିୟ ରାଜନୀତିରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ବିଜେପି ଏବଂ ମୋଦିଙ୍କୁ ସମାଲୋଚନା କରୁଥିବାରୁ ବିରୋଧୀମାନେ ସତ୍ୟପାଳଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଅପେକ୍ଷାରେ ଅଛନ୍ତି ।
2017ରେ ସତ୍ୟପାଲ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ପରେ ତାଙ୍କୁ 2018ରେ ଜମ୍ମୁକାଶ୍ମୀର ରାଜ୍ୟପାଳ କରାଯାଇଥିଲା । ସେଠାରୁ ତାଙ୍କୁ ଗୋଆ ବଦଳି କରାଯାଇଥିଲା । ପୁଣି 2020ରେ ତାଙ୍କୁ ମେଘାଳୟ ବଦଳି କରାଯାଇଥିଲା । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସେ ବିବାଦୀୟ ବକ୍ତବ୍ୟ ଦେଇ ଚର୍ଚାରେ ରହିଥିଲେ ।
ରାଜ୍ୟପାଳ କାର୍ଯ୍ୟକାଳ ସରିବା ପରେ ତୁରନ୍ତ କୃଷକଙ୍କ ମଧ୍ୟରେ ରହିବାକୁ ସେ କହିଛନ୍ତି । ଯଦିଓ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ତେବେ ଆରଏଲଡିର କୃଷକ ସମବେଶରେ ଯୋଗଦେବା କଥା କହିଛନ୍ତି । ଅକ୍ଟୋବର 2 ଓ 8ରେ ୟୁପିରେ କୃଷକ ସମ୍ମିଳନୀ ଆରଏଲଡି କରିବାକୁ ଘୋଷଣା କରିଛି ।
Comments are closed.