Latest Odisha News

BREAKING NEWS

ଓସ୍କାର ବିଜେତା ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ପରଲୋକ

ମୁମ୍ବାଇ: ‘ଦ ଏକ୍ସୋର୍ସିଷ୍ଟ’ ଏବଂ ‘ଫ୍ରେଞ୍ଚ କନେକ୍ସନ୍’ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୂର୍ବତନ ହଲିଉଡ୍ ରିପୋର୍ଟରର ଷ୍ଟିଫେନ୍ ଗାଲୋୱାଇ ତାଙ୍କର ମୃତ୍ୟୁ ସୂଚନା ଦେଇଛନ୍ତି। ୱିଲିୟମଙ୍କର ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଜନୀତ ସମସ୍ୟା ଲାଗି ରହିଥିଲା। ସୋମବାର ଲସ୍ ଆଞ୍ଜେଲସରେ ତାଙ୍କର ମୃତ୍ୟୁ ହୋଇଛି।

ଏନେଇ ଫ୍ରିଡକିନଙ୍କ ପତ୍ନୀ କହିଛନ୍ତି ଯେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଫ୍ରିଡକିନ୍ କିଛି ସପ୍ତାହ ଧରି ପୂର୍ବ ପରି ନିଜ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଅବନ୍ନତି ଘଟୁଥିଲା। ଫ୍ରିଡକିନ୍ ଜଣେ ପ୍ରଭାବଶାଳୀ ଯୁବ ‘ନ୍ୟୁ ହଲିଉଡ୍’ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଆମେରିକାର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ନୂତନ ରୂପରେଖ ଦେଇଛନ୍ତି।

ଫ୍ରାନ୍ସିସ୍ ଫୋର୍ଡ କପୋଲା ଏବଂ ମାର୍ଟିନ ସ୍କୋରସେଙ୍କ ଭଳି ସାଥୀ ଅଭିନେତାଙ୍କ ସହ ଫ୍ରିଡକିନ୍ ୧୯୭୦ ଦଶକ ପ୍ରାରମ୍ଭରୁ ଏକ ନାଟକ ଫ୍ରେଞ୍ଚ କନେକ୍ସନ୍ ତିଆରି କରିଥିଲେ। ଜିନ୍ ହ୍ୟାକମ୍ୟାନଙ୍କ ଅଭିନୀତ ଏହା ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ ଚିତ୍ର ସମେତ ପାଞ୍ଚଟି ଓସ୍କାର ଜିତିଥିଲା । ଏହା ପରେ ୧୯୭୩ ରେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଦ ଏକ୍ସୋର୍ସିଷ୍ଟ’ ମୁକ୍ତିଲାଭ କରିଥିଲା। ଏହା ଏକ ବୃହତ ବ୍ୟବସାୟିକ ଏବଂ ହିଟ୍ ହେବା ସହିତ ବହୁ ବିବାଦୀୟ ମଧ୍ୟ ଥିଲା।

Comments are closed.