Latest Odisha News

BREAKING NEWS

ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ ବେହେରା (୬୫) । ଗତକାଲି ତାଙ୍କର ମୃତ୍ୟୁ ଘଟିଛି।

କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିଲା। ତାଙ୍କୁ ବାରିପଦା ମେଡିକାଲ ପରେ ଏସସିବି ମେଡିକାଲକୁ ମଧ୍ୟ ଚିକିତ୍ସା ପାଇଁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ଆସିବା ପରେ ତାଙ୍କୁ ରାଇରଙ୍ଗପୁର ଜେଲକୁ ପଠାଇଦିଆଯାଇଥିଲା। ହେଲେ ସେପ୍ଚେମ୍ବର ୨୭ରେରେ ପୁଣିଥରେ ସେ ଜେଲରେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସ୍ଥାନୀୟ ହସ୍ପିଟାଲ ଏବଂ ଏସସିବିକୁ ନିଆଯାଇଥିଲା ଚିକିତ୍ସା ପାଇଁ। ଏହାପରେ ଔଷଧ ଦେଇ ଡାକ୍ତର ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଦେଇଥିଲେ। ହେଲେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କଏଦୀଙ୍କ ମୃତ୍ୟୁ ବେଳେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.