Latest Odisha News

BREAKING NEWS

ଶୀତଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ କିଛି ଟିପ୍ସ…

ଶୀତ ଦିନେ ପ୍ରେତ୍ୟକ ବ୍ୟକ୍ତିଙ୍କର ଜୀବନଶୈଳୀରେ କିଛି ନା କିଛି ପରିବର୍ତ୍ତନ ଆସେ। ତେବେ ଅତ୍ୟଧିକ ଥଣ୍ଡାରେ କିଛି ଲୋକେ ନିଜକୁ ଫିଟ ରଖିବାକୁ ମଧ୍ୟ ଭୁଲିଯାଆନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଶୀତ ଦିନେ କିପରି ଫିଟ୍ ରହିବେ। ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଲୋକେ ଅନେକ ପୁଷ୍ଟିକର ଖାଦ୍ୟ ଖାଉଥିବାରୁ ଶରୀରର ଓଜନ ଦ୍ରୁତ ଗତିରେ ବଢିଥାଏ । ଆସନ୍ତୁ ଜାଣିବା ଓଜନ ହ୍ରାସ ସହ ଶୀତ ଦିନେ କେମିତି କମେଇବେ ବେଲି ଫ୍ୟାଟ୍।

ଶୀତଦିନେ ଶରୀର ପାଇଁ ଗାଜର ବେଶ୍ ଲାଭଦାୟକ ଅଟେ । ଏଥିରେ ଥିବା ଫାଇବର ଘଣ୍ଟା ଘଣ୍ଟା ପାଇଁ ଭୋକକୁ ରୋକିଥାଏ । ଆଉ ଏହି କାରଣରୁ ହିଁ ଓଜନ ହ୍ରାସ ହେବା ସ୍ବାଭାବିକ। ଗାଜରରେ ବହୁତ କମ୍ କ୍ୟାଲୋରୀ ଥିବାରୁ ଏହା ଓଜନ ବୃଦ୍ଧିକୁ ରୋକିଥାଏ । ସେହିପରି ରୋଷେଇ ଘରେ ଥିବା ଡାଲଚିନି ମଧ୍ୟ ଶୀତଦିନେ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଡାଲଚିନି ଅନ୍ତନଳୀ ଟିସୁର ମେଟାବୋଲିଜିମକୁ ସନ୍ତୁଳିତ କରିଥାଏ । ଏହା ମଧ୍ୟ ଇନସୁଲିନକୁ ନିୟନ୍ତ୍ରଣରେ ରଖେ । ଏହାକୁ ଖାଇବା ଦ୍ବାରା ଶରୀରରେ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ।

ଶୀତଦିନେ ମେଥୀ ଖାଇବା କୌଣସି ଔଷଧ ଠାରୁ କମ୍ ନୁହେଁ । ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏହା କେବଳ ମେଟାବୋଲିକ୍ ସିଷ୍ଟମକୁ ସୁସ୍ଥ ରଖେ ନାହିଁ, ବରଂ ଏଥିରେ ଥିବା ଗ୍ଲୋକ୍ଟୋମେନନ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଶୀତଦିନେ ମିଳିଥାଏ ପିଜୁଳି । ଏହା ଭୋକ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ଶରୀରେ ଦୈନିକ ଫାଇବରର ଆବଶ୍ୟକତା ୧୨ ପ୍ରତିଶତ ପର୍ଯ୍ୟନ୍ତ କରିଥାଏ । ଏହି ଫଳ ମଣିଷ ଶରୀରର ମେଟାବୋଲିଜିମ୍ ପାଇଁ ମଧ୍ୟ ବହୁତ ଲାଭଦାୟକ । ଯାହା ଜଣେ ବ୍ୟକ୍ତିଙ୍କୁ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।

Comments are closed.