Latest Odisha News

BREAKING NEWS

Cold Wave: ୨ ଦିନର ବ୍ରେକ୍ ପରେ ଫେରିଲା ଶୀତ, ପୁଣି ଜାଡରେ ଥରିଲା ଓଡିଶା

ଭୁବନେଶ୍ୱର: ଖସିଲା ପାରଦ, ବଢିଲା ଶୀତ। ୨ ଦିନର ବ୍ରେକ ପରେ ଫେରିଲା ଶୀତ। ରାତି ତାପମାତ୍ରା ୨ ରୁ ୫ ଡିଗ୍ରୀ ଖସିବା ପରେ ପୁଣି ଜାଡରେ ଥରିଲା ଓଡିଶା। ରାଜ୍ୟରେ ଶୀତ ଆହୁରି ବଢ଼ିବ। ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ। ଆସନ୍ତା ୪ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ମକର ସଂକ୍ରାନ୍ତି ଯାଏ ଏହାଅପରିବର୍ତ୍ତିତ ରହିପାରେ । ୧୦ ତାରିଖରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁରସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ । ୧୧ତାରିଖରେ ଶୀତ ପୁଣି ଲେଉଟିବ । ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼, ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ । କିନ୍ତୁ ପ୍ରାୟ୧୦ ଦିନ ଯାଏ ଭୁବନେଶ୍ୱର ଓ କଟକରେ କୁହୁଡ଼ି ଆଶଙ୍କା ନାହିଁ । ମକର ସଂକ୍ରାନ୍ତିପରେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ କମିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ିର ପ୍ରଭାବ ରହିଛି। ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଯୋଗୁଁ ୨୦ ମିଟିର ଭିଜିବିଲିଟି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ୨୯.୮ ଡିଗ୍ରୀ ସେଲସିୟସ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ସେଲସିଅସ ଏବଂ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେପଟେ ଘନକୁହୁଡ଼ି ପାଇଁ ଭୁବନେଶ୍ୱରରୁ ଉଡ଼ି ପାରିଲାନି ଏକାଧିକ ବିମାନ । ଭୁବନେଶ୍ୱରରୁ ଉଡ଼ାଣ ଭରିବାକୁ ଥିବା ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

 

Leave A Reply

Your email address will not be published.