Latest Odisha News

BREAKING NEWS

କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ କଟକଣା ମଧ୍ୟରେ ଚାଲିଛି ଅଧିବେଶନ । ପ୍ରଥମେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏଥି ସହ ଦିବଗଂତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶୋକପ୍ରସ୍ତାବ ଆଗତ ପରେ ଗୃକୁ ଅପରାହ୍ମ ୩ ଟା ଯାଏଁ ମୁଲତବୀ ଘୋଷଣା ହୋଇଛି ।

ଆଜି ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ। ସେପଟେ ଚଳିତ ଅଧିବେଶନ ବେଶ ସରଗରମ ହେବ । ସରକାରଙ୍କୁ ଘେରିବା ପାଇଁ  ବିରୋଧୀ ପ୍ରସ୍ତୁତ ରହିଛନ୍ତି । ଅନେକ ପ୍ରସଙ୍ଗ ବି ରହିଛି ବିରୋଧୀଙ୍କ ହାତରେ । ଉଭୟ ବୀରମିତ୍ରପୁର ଓ ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ, କଟକରେ ଲୁଟ୍, ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା ଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବେ କଂଗ୍ରସ ଓ ବିଜେପି ।

ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ଶନିବାର ଓ ରବିବାର ବି ଗୃହକାର୍ଯ୍ୟ ଚାଲିବ । ବରିଷ୍ଠ ବିଧାୟକ ଚାହିଁଲେ ଭିଡିଓ କନଫରେନ୍ସିଂରେ ଗୃହ କାର୍ଯ୍ୟରେ ସାମିଲ ହୋଇ ପାରିବେ । ଏହି ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଅଧିବେଶନରେ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ଅଧିବେଶନ ।

Leave A Reply

Your email address will not be published.