ମୁମ୍ବାଇ: କ୍ରିକେଟର ସବୁଠାରୁ ଲୋକପ୍ରିୟ ପତ୍ରିକା ୱିଜଡେନ ୨୧ତମଶତାବ୍ଦୀର ମୂଲ୍ୟବାନ ଟେଷ୍ଟ ଖେଳାଳି ଚୟନ କରିଛି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଥିବା ବେଳେ ଅଶ୍ଚର୍ଯ୍ୟଜନକ ଭାବେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱିଜଡେନ କ୍ରିକୱିଜ ରେଟିଂ ଆଧାର ଅନୁସାରେ ଏହି ଚୟନ କରିଛି । ୨୦୧୨ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଜାଡେଜା ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଆସିଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲ୍ରିାର ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକଗ୍ରା ଓ ଦକ୍ଷିଣ ଆଫ୍ରିକାର ଶନ ପୋଲାକ ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି । ଜାଡେଜା ଦ୍ୱିତୀୟ ସ୍ଥାନ ପାଇଥିବା ନେଇ ୱିଜଡେନକୁ ଧନ୍ୟବାଦ ଜଣାଇଛନ୍ତି । ଟେଷ୍ଟ ଟିମର ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୮ମ, ଦିନିକିଆ ବ୍ୟାଟିଂରେ ବିରାଟ କୋହଲି ଷଷ୍ଠ ସ୍ଥାନରେ ଅନ୍ୟ ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।
BREAKING NEWS
- ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
- ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ
- ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ
- କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ
- ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା; ଗିରଫ ସଂଖ୍ୟା ୧୯କୁ ବୃଦ୍ଧି
- ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ
- ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !
Comments are closed.