Latest Odisha News

BREAKING NEWS

ଆସିଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ; ସବୁଠୁ ଧନୀ ଦିଲ୍ଲୀପ ରାୟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ୧୪୭ ବିଧାନସଭାର ମୋଟ୍ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ଆଜି ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ସବୁଠୁ ଧନୀ ହେଲେ ରାଉଲକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ । ତାଙ୍କର ମୋଟ ୩୧୩ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପଛକୁ ଦ୍ବିତୀୟ ଧନର ଭାବେ ରହିଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ । ତାଙ୍କ ପାଖରେ ରହିଛି ମୋଟ ୨୨୭ କୋଟି ୬୭ ଲକ୍ଷ ଟଙ୍କାର ସମ୍ପତ୍ତି । ଏହାପରେ ତୃତୀୟ ସ୍ଥାନରେ ରହିଛନ୍ତି ବସ୍ତାର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା । ସେହିପରି ୫ ଜଣ ଏମିତି ବିଧାୟକ ପ୍ରାର୍ଥୀ ରହିଛନ୍ତି ଯାହାଙ୍କର କୌଣସି ସମ୍ପତ୍ତି ନାହିଁ ।

ଆହୁରି ମଧ୍ୟ ଏଡିଆର୍‌ ରିପୋର୍ଟ ଅନୁଯାୟୀ, ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୯୨ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣ ପ୍ରାର୍ଥୀ ଦୁଷ୍କର୍ମ ଅଭିଯୁକ୍ତ ରହିଛନ୍ତି। ୬୬ ଜଣଙ୍କ ନାଁରେ ରହିଛି ମହିଳା ବିରୋଧୀ ମାମଲା । ୧୦ ଜଣଙ୍କ ନାଁରେ ହତ୍ୟା ମାମଲା, ୭୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୨୧୧ ଜଣ ପ୍ରାର୍ଥୀ ଦଶମ ପାସ୍ କରିଥିବା ବେଳେ ୨ ଜଣ ସ୍କୁଲ ମାଟି ମାଡିନାହାନ୍ତି । ୨୦୧୯ରେ ବିଧାୟକ ହୋଇଥିବା ୧୦୩ ଜଣ ଏଥର ପୁଣି ନିର୍ବାଚନ ଲଡୁଛନ୍ତି ।

Leave A Reply

Your email address will not be published.