ନୂଆଦିଲ୍ଲୀ: କରୋନା ମହାମାରୀ ପରି ସଙ୍କଟଜନକ ପରିସ୍ଥିତିରେ ଥିବା ବେଳେ ଆପଣଙ୍କ ଜନ ଧନ ଆକାଉଣ୍ଟରେ ଜିରୋ ବାଲାନ୍ସ ଥିଲେ ମଧ୍ୟ ଆପଣ ଓଭରଡ୍ରାଫ୍ଟଟ ମାଧ୍ୟମରେ ଉଠାଇ ପାରିବେ ୫,୦୦୦ ଟଙ୍କା ।
ଯେଉଁ ଜନ ଧନ ଯୋଜନା ଆକାଉଣ୍ଟ ଗୁଡ଼ିକରେ ଆଧାର କାଡର଼୍ ଲିଙ୍କ୍ ହୋଇଛି ସେହି ଆକାଉଣ୍ଟର ହିତାଧିକାରୀମାନେ ଏହାର ସୁବିଧା ନେଇପାରିବେ । ଏହି ଆକାଉଣ୍ଟ ଅତି କମରେ ୬ ମାସ ପୂରୁଣା ହୋଇଥିବା ଆବଶ୍ୟକ ଏବଂ ଏହି ଓଭରଡ୍ରାଫ୍ଟ ସୁବିଧା ହାସଲ ଲାଗି ପୂର୍ବରୁ କିଛି ଟ୍ରାଂଜାକ୍ସନ ହୋଇଥିବା ଜରୁରୀ ।
ଏହି ଓଭରଡ୍ରାଫ୍ଟଟ ସୁବିଧା ବ୍ୟତୀତ ଜନ ଧନ ଆକାଉଣ୍ଟରେ କୌଣସି ନିମ୍ନତମ ବାଲାନ୍ସ ରହିନଥିବା, ମାଗଣାମାସିକ ୪ ଥର ଏଟିମ୍ ସୁବିଧା, ୩୦,୦୦୦ ଟଙ୍କାର ବୀମା ଏବଂ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ପରି କେତେକ ଫିଚର୍ସ ରହିଛି ।
Comments are closed.