Latest Odisha News

BREAKING NEWS

୧୦୦ ଦିନ ଭିତରେ ଲଞ୍ଚ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ଼ ବୟାନ ଦେଇଛନ୍ତି। ରାଜ୍ୟର ସମସ୍ତ ମହିଳାଙ୍କୁ ୧୦୦ ଦିନ ଭିତରେ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଯୋଜନା ଉପରେ କ୍ୟାବିନେଟ୍‌ ମୋହର ବାଜିଥିବା ବେଳେ ଏବେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି। ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଲଞ୍ଚ ହେବ ବୋଲି ପ୍ରଭାତୀ ପରିଡା କହିଛନ୍ତି। ସେ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି।

ଜିଏସଟି କାଉନସିଲ ବୈଠକରେ ଏନେଇ ଆଲୋଚନା ହୋଇଛି। ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା। ଆଗାମୀ ଦୁଇ ବର୍ଷ ଭିତରେ ଏହି ଟଙ୍କାକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା’ ନାଁ ରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ସାଢ଼େ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ ରହିଛି।

Leave A Reply

Your email address will not be published.