Latest Odisha News

BREAKING NEWS

ନୂଆ ଅନ୍ତେବାସୀଙ୍କୁ ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ର ମନା

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିଛି କରୋନା । ଚାରିଆଡେ କରୋନା ତାର କାୟା ବିସ୍ତାର କରିଛି । ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି । କରୋନା ଯୋଗୁଁ ବୟସ୍କଙ୍କ ପ୍ରତି ଅଧିକ ବିପଦ ରହିଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି ।

ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମଙ୍କୁ ନୂଆ ଅନ୍ତେବାସୀ ପ୍ରବେଶ ଉପରେ ବାରଣ କରାଯାଇଛି । ନୂଆ ଆସୁଥିବା ଅନ୍ତେବାସୀଙ୍କ କରୋନା ଟେଷ୍ଟ ବିନା ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି । ପ୍ରଥମେ ସେମାନଙ୍କ କରୋନା ଟେଷ୍ଟ ହେବ । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ପ୍ରବେଶ ଅନୁମତି ମିଳିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

Leave A Reply

Your email address will not be published.