ପ୍ରୟାଗରାଜ: ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡରେ ତାଙ୍କର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ସମ୍ମୁଖରେ ଗାଡିରୁ ଓହ୍ଲାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ।
୨୦୦୫ ମସିହାରେ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ସେ ଆଲାହାବାଦ ବିଧାନସଭାରୁ ଜିତିବାର କିଛି ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ସେ ଏହି ଆସନରୁ ପୂର୍ବତନ ସାଂସଦ ଅତିକ ଅହମ୍ମଦଙ୍କ ସାନ ଭାଇଁ ଖାଲିଦ ଆଜିମଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୋଲିସର କହିବା ଅନୁଯାୟୀ ରାଜୁ ପାଲଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦ, ତାଙ୍କ ଭାଇ ଏବଂ ପୂର୍ବତନ ବିଧାୟକ ଅସରଫଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନେ ଜେଲରେ ଅଛନ୍ତି ।
ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ସାମ୍ନାରେ କେତେଜଣ ଅଜଣା ଆତାତାୟୀ ବୋମା ପକାଇବା ପରେ ଗୁଳିକରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଉମେଶ ତାଙ୍କ ଘର ସାମ୍ନାରେ ଏସୟୁଭିରୁ ଓହ୍ଲାଉଛନ୍ତି । ତାଙ୍କ ସହ ୨ ଜଣ ବଡିଗାର୍ଡ ମଧ୍ୟ ଓହ୍ଲାଉଛନ୍ତି । ହଠାତ ଜଣେ ବ୍ୟକ୍ତି ପଛପଟୁ ଆସୁଛନ୍ତି ଏବଂ ତାଙ୍କୁ ଗୁଳି କରୁଛନ୍ତି ।
ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ କହିଛି, ଆତତାୟୀମାନେ କାର ଏବଂ ବାଇକରେ ଆସିଛନ୍ତି । ସେମାନେ ଉମେଶ ପାଲଙ୍କ ଗାଡିକୁ ଲଗାତାର ବୋମା ମାଡ କରି ଚାଲିଛନ୍ତି । ଏକ ଭିଡିଓ କ୍ଲିପରେ ଦେଖିବାକୁ ମିଳିଛି, ଜଣେ ଆତତାୟୀ ନିଜ ବ୍ୟାଗରୁ ବୋମା କାଢି ଉମେଶ ପାଲଙ୍କୁ ଲକ୍ଷ୍ୟ କରି ଫିଙ୍ଗୁଛି ।
ପୋଲିସର କହିବା ଅନୁଯାୟୀ, ଅନ୍ୟ ସନ୍ଦିଗ୍ଧମାନେ ମଧ୍ୟ ଏହି ସମୟରେ ବୋମା ଫିଙ୍ଗୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ବୋମାମାଡ ଯୋଗୁ ଚାରିଆଡ ଧୂଆଁମୟ ହୋଇଯାଉଛି । ଗୁଳିମାଡ ପରେ ଉମେଶଙ୍କୁ ଗୁରୁତର ଅବସ୍ଥାରେ ସ୍ୱରୂପ ରାଣୀ ନେହରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣା ପରେ ପ୍ରୟାଗରାଜ ପୋଲିସ ଅତିକଙ୍କ ଭାଇ, ତାଙ୍କ ପତ୍ନୀ ଏବଂ ପୁଅ ସମେତ ୧୪ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି । ସେମାନଙ୍କୁ ଜେରା ଚାଲିଛି ।
राजू पाल हत्याकांड के गवाह उमेश पाल पर हुए हमले का सीसीटीवी फुटेज आया सामने। इस हमले में उमेश पाल और उसके एक गनर की हुई मौत, दूसरे गनर की हालत गंभीर है।#Prayagraj #UmeshPal pic.twitter.com/csqJte7wBP
— rajni singh (@imrajni_singh) February 24, 2023
Comments are closed.