Latest Odisha News

ରାଜଧାନୀରେ ମାତିଲେଣି ମହିଳା ବ୍ରାଉନସୁଗାର ବେପାରୀ, ୨ ଯୁବତୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବ୍ରାଉସ ସୁଗାର କାରବାର ଅଭିଯୋଗରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ କମିଶନର ପୋଲିସ ଶନିବାର ଜଣେ ମହିଳା ଆକାଉଣ୍ଟାଣ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ମହିଳା ହେଲେ କୋଣାର୍କ ଅଞ୍ଚଳର 23 ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ବସ୍ତା ଅଞ୍ଚଳର ୩୦ ବର୍ଷୀୟ କରିଶ୍ମା ରାଉତ।

କରିଶ୍ମା ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସହୋଯୋଗୀ କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରିନ୍ତି। ପୋଲିସ ସୂତ୍ର ଅନୁଯାୟୀ, ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି। ତେବେ ଉଭୟଙ୍କଠାରୁ 26 ଲକ୍ଷ ଟଙ୍କା ମୂଲ୍ୟର 256 ଗ୍ରାମ ବ୍ରାଉନ ସୁଗାର ସହିତ ତିନିଟି ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରିଛି ପୋଲିସ। ଏଥିରେ କିଙ୍ଗ ପିନକୁ ଠାବ କରାଯାଇଛି। ଏହି କିଙ୍ଗ ପିନ ଭୁବନେଶ୍ୱରରେ ରହେ। ତାଙ୍କୁ ଖୁବ ଶିଘ୍ର ପୋଲିସ ଗିରଫ କରିବ ବୋଲି ସୂଚନା ମିଳିଛି।

Comments are closed.